ଜାତୀୟ ଯୁଦ୍ଧ ସ୍ମାରକ ଜ୍ୟୋତିରେ ବିଲୀନ ହେଲା ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ :  ଦିଲ୍ଲୀର ପ୍ରସିଦ୍ଧ ଇଣ୍ଡିଆ ଗେଟଠାରେ ଥିବା ଅମର ଯବାନ ଜ୍ୟୋତିର ବିଲୟ ଜାତୀୟ ଯୁଦ୍ଧ ସ୍ମାରକରେ ଥିବା ଶାଶ୍ବତ ଜ୍ୟୋତିରେ ହୋଇଛି । ଆଜି ଏକ ସ୍ବତନ୍ତ୍ର ସମାରୋହରେ ଏହା କରାଯାଇଛି । ଚିଫ ଅଫ ଇଣ୍ଟିଗ୍ରେଟେଡ୍  ଡିଫେନ୍ସ ଷ୍ଟାଫ ଏୟାର ମାର୍ସାଲ ବି.ଆର.କ୍ରିଷ୍ଣାଙ୍କ ପୌରୋହିତ୍ୟରେ ଏହା କରାଯାଇଥିଲା ।

୧୯୭୧ ଯୁଦ୍ଧରେ ଦେଶ ପାଇଁ ବଳୀଦାନ ଦେଇଥିବା ସହିଦ ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେହିବର୍ଷ ଏହାର ସ୍ଥାପନା କରାଯାଇଥିଲା । ତେବେ ୨୦୧୯, ଫେବ୍ରୁଆରି ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିକ ଜାତୀୟ ଯୁଦ୍ଧ ସ୍ମାରକ ମଧ୍ୟ ସ୍ବାଧିନତା ପର ଭାରତରେ ସହିଦ ହୋଇଥିବା ସୈନିକମାନଙ୍କ ସମ୍ମାନ ଉଦ୍ଦେଶ୍ୟର ଗଠନ କରାଯାଇଛି । ଏଠାରେ ମଧ୍ୟ ଏକ ଅମର ଜ୍ୟୋତି ଜଳୁଛି । ଏଣୁ ପୁରୁଣା ଅମର ଜଓ୍ବାନ ଜ୍ୟୋତିକୁ ଯୁଦ୍ଧ ସ୍ମାରକରେ ଥିବା ଜ୍ୟୋତି ସହ ମିଶାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଆସନ୍ତା ଜାନୁଆରି ୨୬ ତାରିଖରେ ମୋଦୀ ଜାତୀୟ ଯୁଦ୍ଧ ସ୍ମାରକ ଯାଇ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକ ପ୍ରାୟ ୧୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ୨୫,୯୪୨ ସହିଦ ସୈନିକଙ୍କ ନାମ ସ୍ବର୍ଣ୍ଣିମ ଅକ୍ଷରରେ ଲେଖା ରହିଛି ।

ସମ୍ବନ୍ଧିତ ଖବର