ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ପ୍ରଥମ ଭାଷଣ ରଖି ବିଜେଡି ସାଂସଦ ଅମର ପଟ୍ଟନାୟକ ପୁରୀରେ ଆୟୁଷ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି। ରାଜ୍ୟସଭାରେ ଆୟୁଷ ମନ୍ତ୍ରାଳୟର କାର୍ଯ୍ୟକାରିତା ସମ୍ପର୍କିତ ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ ତାଙ୍କ ଭାଷଣରେ ଆୟୁଷ ଚିକିତ୍ସା ପ୍ରଣାଳୀ ଓ ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପୁରୀରେ ସ୍ନାନପୂର୍ଣ୍ଣିମାଠାରୁ ୧୫ ଦିନ ପର୍ଯ୍ୟନ୍ତ ତିନି ବିଗ୍ରହ ଜ୍ବରରେ ପଡ଼ି ପ୍ରାଚୀନ ପଦ୍ଧତିରେ ଚିକିତ୍ସିତ ହେବା ପରମ୍ପରା ସମ୍ପର୍କରେ ଆଲୋକପାତ କରି ସେ ପୁରୀରେ ଆୟୁଷ ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ଦାବି କରିଥିଲେ ଯେଉଁଥିରେ କି ସମସ୍ତ ଆୟୁର୍ବେଦ ସମ୍ପର୍କିତ ଅଧ୍ୟୟନ ହୋଇପାରିବ। ଭାରତବର୍ଷରେ ଏଭଳି ବିଶ୍ବବିଦ୍ୟାଳୟ କେଉଁଠାରେ ପ୍ରତିଷ୍ଠା କରାଯାଇ ପାରି ନାହିଁ ବୋଲି ସେ କହିଥିଲେ। ଚଳିତ ବଜେଟ୍ରେ ଆୟୁଷ ପାଇଁ ୧୫ ପ୍ରତିଶତ ଆବଣ୍ଟନ ବୃଦ୍ଧି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଅମର ପଟ୍ଟନାୟଙ୍କ ରାଜ୍ୟସଭାର ପ୍ରଥମ ବିତର୍କକୁ ପ୍ରଶଂସା କରିଥିଲେ।
ରାଜ୍ୟସଭାରେ ପ୍ରଥମ ଭାଷଣ ରଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ : ପୁରୀରେ ଆୟୁଷ ବିଶ୍ବବିଦ୍ୟାଳୟ ସ୍ଥାପନା ପାଇଁ ଦାବି
/sambad/media/post_attachments/wp-content/uploads/2019/07/amar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)