ନୂଆଦିଲ୍ଲୀ : ‘ସାଇବର ଆକ୍ରମଣ ଓ ଧମକ’ ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ରାଜ୍ୟସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ରାଜ୍ୟସଭାର ଶୂନ୍ୟକାଳରେ ଉକ୍ତ ପ୍ରସଙ୍ଗ ଉଠାଇ ଡ. ପଟ୍ଟନାୟକ କହିଲେ ଯେ ନିକଟରେ ଏମ୍ସରେ ସାଇବର ଆକ୍ରମଣ ହୋଇଥିଲା। ଏହି ସ୍ଥିତିରେ ତଥ୍ୟକୁ ତତ୍କାଳ କିଭଳି ପୁନରୁଦ୍ଧାର ଓ ଗତିଶୀଳ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଯାହା ଦ୍ବାରା କାର୍ଯ୍ୟକୁ ପୁନର୍ବାର ସ୍ବାଭାବିକ କରାଯାଇପାରିବ। ଉପରୋକ୍ତ ପ୍ରସଙ୍ଗକୁ ଜି-୨୦ ବୈଠକରେ ଉଠାଇବାକୁ ହେବ ଓ ଏଥି ପାଇଁ ଆନ୍ତର୍ଜାତିକ ସମନ୍ବୟର ଆବଶ୍ୟକତା ରହିଛି ବୋଲି ଡ. ପଟ୍ଟନାୟକ କହିଥିଲେ।
ରାଜ୍ୟସଭାରେ ‘ସାଇବର୍ ଆଟାକ୍’ ପ୍ରସଙ୍ଗ ଉଠାଇଲେ ଅମର
/sambad/media/post_attachments/wp-content/uploads/2019/12/Amar_Patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)