‌ମୋଦୀଙ୍କୁ ଭେଟିଲେ ଅମରିନ୍ଦର

ନୂଆଦିଲ୍ଲୀ: ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ଭେଟିଛନ୍ତି। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ କରିବାପାଇଁ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି କୃଷକଙ୍କୁ ମାଗଣା ଆଇନଗତ ସହାୟତା ଶ୍ରେଣୀରେ ରଖିବାପାଇଁ ଗୁରୁତ୍ବପୂର୍ଣ୍ଣ ଆଇନରେ ସଂଶୋଧନ ଆଣିବାପାଇଁ ସେ କହିଛନ୍ତି।

ଅମରିନ୍ଦର ଏନେଇ ‌ମୋଦୀଙ୍କୁ ୨ଟି ଚିଠି ଦେଇଥିବା ଜଣାପଡ଼ିଛି। କୃଷକମାନେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏହାଦ୍ବାରା ୪୦୦ରୁ ଅଧିକ କୃଷକଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଏହି ଆନ୍ଦୋଳନ ଦ୍ବାରା ସୁରକ୍ଷା ଦିଗ ପ୍ରତି ମଧ୍ୟ ବିପଦ ରହିଛି। ପାକିସ୍ତାନ ସମର୍ଥିତ ଭାରତ ବିରୋଧୀ ଶକ୍ତି ଏହାଦ୍ବାରା କୃଷକଙ୍କୁ ନିର୍ଯାତନା ଦେଇପାରନ୍ତି ବୋଲି ସେ କହିଛନ୍ତି। କୃଷକଙ୍କ ଲଗାତାର ଆନ୍ଦୋଳନ ଯୋଗୁଁ ଏହା କେବଳ ଆର୍ଥିକ କାର୍ଯ୍ୟକ୍ରମକୁ ପ୍ରଭାବିତ କରିନାହିଁ ବରଂ ସାମାଜିକ ରାଜନୈତିକ ଦିଗକୁ ମଧ୍ୟ ଏହା ପ୍ରଭାବିତ କରିଛି ବୋଲି ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର