ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭାର ପଟିଆଲା ସହରାଞ୍ଚଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପରାସ୍ତ ହୋଇଥିବା ଜଣାପଡ଼ିଛି।

Advertisment

ଦୁଇ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ପ୍ରତିଦ୍ବନ୍ଦ୍ବୀ ‘ଆମ୍‌ ଆଦ୍‌ମୀ ପାର୍ଟି’ର ଅଜିତ ପାଲ୍‌ ସିଂହ କୋହଲିଙ୍କ ଠାରୁ ୧୩୦୦୦ରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ତାଙ୍କର ବିଜୟ ବ୍ୟବଧାନ ଥିଲା ୪୯%। ଗତ ବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ କଂଗ୍ରେସ ପାର୍ଟିରୁ ବିଦାୟ ନେଇ ଅମରିନ୍ଦର ‘ପଞ୍ଜାବ ଲୋକ କଂଗ୍ରେସ’ ନାମରେ ନିଜସ୍ବ ରାଜନୈତିକ ଦଳ ଗଠନ କରିଥିଲେ। ‘ବିଜେପି’ ସହ ମେଣ୍ଟ କରି ତାଙ୍କ ଦଳ ପଞ୍ଜାବରେ ନିର୍ବାଚନ ଲଢୁଥିଲା।

publive-image Image Courtesy of NDTV

ଶାସନ କ୍ଷମତାରେ ଥିବା କଂଗ୍ରେସକୁ ବହୁ ପଛରେ ପକାଇ ସମ୍ପ୍ରତି ପଞ୍ଜାବରେ ‘ଆପ୍‌’ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବାକୁ ଯାଉଛି।

ସଂଖ୍ୟା ଗରିଷ୍ଠତା ପାଇଁ ୫୯ଟି ଆସନ ଆବଶ୍ୟକ ଥିବା ବେଳେ ପଞ୍ଜାବରେ ‘ଆପ୍‌’ ୯୧ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧୭ଟି ଏବଂ ଅକାଳୀ ୬ଟି ଆସନରେ ଅଗ୍ରଣୀ ରହିଛନ୍ତି। ଏହାଛଡ଼ା, ବିଜେପି ୨ଟି ଓ ଅନ୍ୟାନ୍ୟ ୧ଟି ଆସନରେ ଅଗ୍ରଣୀ ଅଛନ୍ତି।