ନୂଆଦିଲ୍ଲୀ: ପଂଜାବରେ କଂଗ୍ରେସର ସଭାପତି ଭାବେ ନବଜୋତ ସିଂହ ସିଦ୍ଧୁଙ୍କ ପଦଭାର ଗ୍ରହଣ ଉତ୍ସବ ଆସନ୍ତାକାଲି (ଶୁକ୍ରବାର) ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜି ହୋଇଛନ୍ତି। ଅମରିନ୍ଦର ଓ ତାଙ୍କ ସମର୍ଥକ ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବେ ବୋଲି କଳ୍ପନାଜଳ୍ପନା ଚାଲିଥିବାରୁ କେନ୍ଦ୍ରୀୟ ନେତୃତ୍ବର ଚିନ୍ତା ବଢ଼ିଯାଇଥିଲା। ତେବେ ଅମରିନ୍ଦର ଆଜି ସିଦ୍ଧୁଙ୍କ ଆମନ୍ତ୍ରଣକୁ ଗ୍ରହଣ କରି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି ଏବଂ ଏହା ଦଳ ପାଇଁ ବଡ଼ ଆଶ୍ବସ୍ତି ଆଣିଛି। ପଂଜାବ କଂଗ୍ରେସର ନବନିଯୁକ୍ତ ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରୁ ଆଜି ଦୁଇ ଜଣ (କୁଲଜିତ ସିଂହ ନାଗରା ଏବଂ ସଗତ ସିଂହ ଗିଲ୍ଜିଆଲ) ଅମରିନ୍ଦରଙ୍କୁ ମନାଇବା ପାଇଁ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଥିଲେ। ଗତକାଲି ଅମୃତସରରେ ୬୨ ବିଧାୟକଙ୍କୁ ଭେଟି ସିଦ୍ଧୁ ଶକ୍ତି ପ୍ରଦର୍ଶନ କରିଥିବାରୁ ଅମରିନ୍ଦର ଏହାକୁ ନେଇ ବେଶ୍ କ୍ଷୁବ୍ଧ ଥିବା କୁହାଯାଉଥିଲା।
ମାନିଲେ ଅମରିନ୍ଦର: ସିଦ୍ଧୁଙ୍କ ଦାୟିତ୍ବ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ
/sambad/media/post_attachments/wp-content/uploads/2021/07/5dg4da56g456da4g56dga456.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)