ଅମରନାଥ ଯାତ୍ରାରେ ଆକ୍ରମଣ ଯୋଜନା

ଶ୍ରୀନଗର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଛି ଅମରନାଥ ଯାତ୍ରା। ୬୦ ଦିନର ପବିତ୍ର ଯାତ୍ରା ପାଇଁ ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଜମ୍ମୁର ଭଗବତୀ ନଗର ସେନା ଶିବିର ଛାଡ଼ିବେ। ଏଯାବତ୍‌ ସାରା ଦେଶରୁ ପାଖାପାଖି ୨ ଲକ୍ଷ ତୀର୍ଥଯାତ୍ରୀ ଯାତ୍ରା ପାଇଁ ପଂଜୀକରଣ ପ୍ରକ୍ରିୟା ଶେଷ କରିଛନ୍ତି। ଏହି ଯାତ୍ରା ପାଇଁ ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି କଡ଼ାକଡ଼ି ହୋଇଥିବାବେଳେ ଏବେ ଲସ୍କର୍‌ର ୨୦ରୁ ଅଧିକ ଆତଙ୍କବାଦୀ ତୀର୍ଥଯାତ୍ରାରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଛି। ଆତଙ୍କବାଦୀମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ପାକ୍‌ ଅଧିକୃତ କଶ୍ମୀରରୁ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର