ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି। କାଶ୍ମୀରରେ ମଧ୍ୟ ଚଳିତ ବର୍ଷ ଗରମ ଅନେକ ରେକର୍ଡ ଭାଙ୍ଗିଛି, ଯାହାର ପ୍ରଭାବ ଅମରନାଥ ଯାତ୍ରା ଉପରେ ଦେଖିବାକୁ ମିଳୁଛି । ଯାତ୍ରା ଆରମ୍ଭ ହେବାର ମାତ୍ର ୭ ଦିନ ମଧ୍ୟରେ ବାବା ଅମରନାଥଙ୍କ ପବିତ୍ର  ହିମଲିଙ୍ଗ ତରଳିଯାଇଛନ୍ତି । ଅମରନାଥ ସ୍ରାଇନ୍ ବୋର୍ଡ ୟୁଟ୍ୟୁବରେ  ହିମଲିଙ୍ଗ ତରଳିବା ନେଇ ଭିଡିଓ ଜାରି କରିଛି। ଜୁନ୍ ୩୦ର ଭିଡିଓରେ ବାବା ବରଫନୀ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲେ ହେଁ ଏବେ ଶିବଲିଙ୍ଗ ଦୃଶ୍ୟମାନ ହେଉନାହାନ୍ତି।

Advertisment

ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବାର ମାତ୍ର ୭ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ବାବା ଅମରନାଥ ଅଦୃଶ୍ୟ ହୋଇଯାଇଛନ୍ତି। ଏହା ଫଳରେ ବାବାଙ୍କ ଦର୍ଶନ ପାଇଁ ବହୁ କଷ୍ଟ ସ୍ବୀକାର କରି ଗୁମ୍ଫାକୁ ଯାଉଥିବା ଶ୍ରଦ୍ଧାଳୁମାନେ ନିରାଶ ହେବାର ସମ୍ଭାବନା ରହିଛି ।

ଏହା ପୂର୍ବରୁ ୨୦୦୮ରେ ଯାତ୍ରା ଆରମ୍ଭ ହେବାର ୧୦ ଦିନ ମଧ୍ୟରେ ପବିତ୍ର ହିମଲିଙ୍ଗ ବିଲୀନ ହୋଇଯାଇଥିଲେ । ୨୦୨୩ ମସିହାରେ ବାବା ଅମରନାଥ ୧୪ ଦିନରେ ନିଖୋଜ ହୋଇଯାଇଥିଲେ। ସେହିପରି ୨୦୧୬ ମସିହାରେ ୧୩ ଦିନ ପରେ ହିମଲିଙ୍ଗ ବିଲୀନ ହୋଇଯାଇଥିଲେ ।