ଅମରନାଥ ଯାତ୍ରା ପାଇଁ ପ୍ରଥମ ଛେକରେ ଗଲେ ୧୮୩୯ ଜଣ ପୁରୁଷ, ୩୩୩ ଜଣ ମହିଳା, ୧୭ ଜଣ ଶିଶୁ ଓ ୪୫ ଜଣ ସାଧୁ-ସାଧ୍ୱୀ

ଶ୍ରୀନଗର: ରବିବାର ଜମ୍ମୁଠାରୁ ଅମରନାଥ ପାଇଁ ପ୍ରଥମ ଛେକର ଯାତ୍ରା ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବଳୟ ଭିତରେ ତୀର୍ଥଯାତ୍ରୀମାନେ ଅମରନାଥ ଅଭିମୂଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପ୍ରଥମ ବ୍ୟାଚ୍‌ ଯାତ୍ରାରେ ପ୍ରାୟ ୨,୨୦୦ରୁ ଊର୍ଧ୍ୱ ଯାତ୍ରୀ ଯାଇଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରେ ୧୮୩୯ ଜଣ ପୁରୁଷ, ୩୩୩ ଜଣ ମହିଳା, ୧୭ ଜଣ ଶିଶୁ ଥିବା ବେଳେ ୪୫ ଜଣ ସାଧୁ ଓ ସାଧ୍ୱୀ ରହିଛନ୍ତି। ଏମାନେ ସମୁଦାୟ ୯୩ଟି ଗାଡ଼ିରେ ଯାଇଛନ୍ତି ବୋଲି ସୂଚନା ରହିଛି।

ଜମ୍ମୁର ଭଗଓ୍ଵତୀ ନଗରସ୍ଥିତ ଥିବା ଶିବିରରେ ରହିଥିବା ଏହି ତୀର୍ଥଯାତ୍ରୀମାନେ ବାର୍ଷିକ ଅମରନାଥ ଯାତ୍ରା ସକାଶେ ରବିବାର ସକାଳୁ କଶ୍ମୀର ଉପତ୍ୟାକା ଆଡ଼େ ବାହାରି ଯାଇଛନ୍ତି। ଶିବିରରେ ପୂଜା ସାରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଛି।

୪୬ ଦିନର ଏହି ଯାତ୍ରା ମାସିକ ଶିବରାତ୍ରୀ ଜୁଲାଇ ୧ରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୧୫ରେ ଶେଷ ହେବ ବୋଲି ସୂଚନା ରହିଥିଲା। ଯାତ୍ରୀମାନେ ସୁରକ୍ଷାର ସହ ଯାଇ ପାହାଡ଼ ଦେବତା ପ୍ରଭୁ ଅମରନାଥଙ୍କ ଦର୍ଶନ କରି ଆସିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର