ଜାମ୍ମୁ: ଆସନ୍ତା ଜୁନ୍‌ ୩୦ରୁ ଆରମ୍ଭ ହେବ ଚଳିତ ବର୍ଷର ଅମରନାଥ ଯାତ୍ରା। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଗଲାଣି ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଶେଷ କରାଯିବ ବୋଲି ଜମ୍ମୁ- କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଶନିବାର କହିଛନ୍ତି। ଜୁନ୍‌ ୩୦ରୁ ଆରମ୍ଭ ହେବାକୁ ଥିବା ଅମରନାଥର ଗୁମ୍ଫା ମନ୍ଦିରକୁ ତୀର୍ଥଯାତ୍ରାର ସଫଳ ପରିଚାଳନା ପାଇଁ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ବ୍ଲୁପ୍ରିଣ୍ଟର ପ୍ରସ୍ତୁତି ସରି ଯାଇଥିବା ବେଳେ ବର୍ତ୍ତମାନ ଏହାର ତର୍ଜମା ଚାଲିଥିବା ସେ ସୂଚନା ଦେଇଛନ୍ତି।

Advertisment

ଜମ୍ମୁ- କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଆମେ କୋଭିଡ୍‌-୧୯ରୁ ବହୁ ପରିମାଣରେ ମୁକ୍ତି ପାଇଛୁ ଏବଂ ଚଳିତ ବର୍ଷ ଉତ୍ସାହୀ ଭକ୍ତଙ୍କ (ଅମରନାଥ ମନ୍ଦିରରେ) ଭଲ ଅଂଶଗ୍ରହଣ ଆଶା କରୁଛୁ। ଭକ୍ତମାନଙ୍କ ପାଇଁ ଲୋଡମେଣ୍ଟ କ୍ୟାମ୍ପର କ୍ଷମତା ସେହି ଅନୁଯାୟୀ ବୃଦ୍ଧି ପାଇଛି ଏବଂ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା (ସୁଗମ ଏବଂ ସଫଳ ଯାତ୍ରା ପାଇଁ) କରାଯିବ ବୋଲି ସିଂ କହିଛନ୍ତି।

publive-image Image Courtesy: J&K Times

ଦକ୍ଷିଣ କଶ୍ମୀରରେ ୩,୮୮୦ ମିଟର ଉଚ୍ଚତାରେ ଅବସ୍ଥିତ ଅମରନାଥର ହିମାଳୟ ମନ୍ଦିରକୁ ତୀର୍ଥଯାତ୍ରା ଚଳିତ ବର୍ଷ ଜୁନ୍‌ ୩୦ରେ; କୋଭିଡ୍‌-୧୯ ମହାମାରୀ ହେତୁ ଦୁଇ ବର୍ଷର ବ୍ୟବଧାନ ପରେ ଆରମ୍ଭ ହେବ। ଏବଂ ଅଗଷ୍ଟ ୧୧ରେ ୪୩ ଦିନିଆ ଏହି ତୀର୍ଥଯାତ୍ରା ଶେଷ ହେବ ବୋଲି ସେ କହିଛନ୍ତି।