ବିଛିନ୍ନତାବାଦୀଙ୍କ ବନ୍ଦ ଡାକରାକୁ ନେଇ ସ୍ଥଗିତ ରହିଲା ଅମରନାଥ ଯାତ୍ରା

ଶ୍ରୀନଗର: ବିଛିନ୍ନତାବାଦୀଙ୍କ ଦ୍ୱାରା ଆଜି ଶ୍ରୀନଗର ବନ୍ଦ ଡାକରା ଦିଆଯାଇଛି | ଯାହାକୁ ନଜରରେ ରଖି ଆଜି ଦିନକ ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି | ଅମରନାଥ ଯିବାକୁ କୌଣସି ବି ତୀର୍ଥଯାତ୍ରୀଙ୍କୁ ଆଜି ଯିବାକୁ ଦିଆଯାଇନାହିଁ | ପୁଲିସ ପକ୍ଷରୁ କୁହାଯାଇଛି ଯେ ବିଛିନ୍ନତାବାଦୀଙ୍କ ପ୍ରଦର୍ଶନକୁ ଦେଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ଅମରନାଥ ରାସ୍ତାରେ ବହୁ ସଂଖ୍ୟାରେ ଆଇଟିଇବିପି ଯବାନଙ୍କୁ ମୁତୟନ କରାଯାଇଛି |

ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ସବୁ ରେକର୍ଡକୁ ଭାଙ୍ଗିଦେଇଛି | ଏହି ବର୍ଷ ୧୨ ଦିନରେ ଦେଢ଼ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ହିମଲିଙ୍ଗକୁ ଦର୍ଶନ କରିସାରିଲେଣି | ଏଠାରେ ସୂଚନା ଥାଉ କି ୧୯୧୩ ମସିହାରେ ଡୋଗରା ମହାରାଜାଙ୍କ ଦ୍ୱାରା ଶ୍ରୀନଗର ସେଣ୍ଟ୍ରାଲ ଜେଲ ଉପରେ ଗୁଳିମାଡ କରାଯାଇଥିଲା | ଏଥିରେ ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା | ବିଛିନ୍ନତାବାଦୀ ନେତାମାନେ ପ୍ରତିବର୍ଷ ଜୁଲାଇ ୧୩କୁ ଶହୀଦ ଦିବସ ଭାବେ ପାଳନ କରିଥାନ୍ତି |

ତେବେ ଏହି ବନ୍ଦ ପାଳନକୁ ଜାମ୍ମୁର ଲୋକମାନେ ବିରୋଧ କରନ୍ତି | କାରଣ ଏହି ଶହୀଦ ଦିବସ ସେତେବେଳର ମହାରାଜା ହରି ସିଂଙ୍କୁ ବିରୋଧ କରିବା ପାଇଁ ପାଳନ କରାଯାଉଥିଲା | ଏହାକୁ ନଜରରେ ରଖି ଯାତ୍ରା ମାର୍ଗ ସମେତ ସମ୍ବେଦନଶୀଳ ସ୍ଥାନମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି |

ସମ୍ବନ୍ଧିତ ଖବର