ଜମ୍ମୁ-କାଶ୍ମୀର: ମହାମାରୀ କୋଭିଡ ହେତୁ ଦୁଇ ବର୍ଷର ବ୍ୟବଧାନ ପରେ ବାର୍ଷିକ ଅମରନାଥ ଯାତ୍ରା ୨୦୨୨ ଆରମ୍ଭ ହୋଇଛି। ପ୍ରଥମ ବ୍ୟାଚ୍ରେ ୪,୮୯୦ ତୀର୍ଥଯାତ୍ରୀ ଯାତ୍ରାରମ୍ଭ କରିଛନ୍ତି। ପ୍ରଥମ ବ୍ୟାଚ ତୀର୍ଥଯାତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭେଚ୍ଛା ଜଣାଇଛନ୍ତି। 'ବମ୍ ବମ୍ ଭୋଲେ' ଏବଂ 'ଜୟ ବରଫାନି ବାବା କି' ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ବାହାରି ପହଲଗାମ ଏବଂ ବାଲତାଲ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ବାର୍ଷିକ ଅମରନାଥ ଯାତ୍ରା ପାଇଁ ବର୍ତ୍ତମାନ ସୁଦ୍ଧା ତିନି ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପଞ୍ଜୀକୃତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ଗତିବିଧି ତଥା କଲ୍ୟାଣ ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା କରିଛନ୍ତି।
ଅମରନାଥ ଯାତ୍ରା: ଜମ୍ମୁରୁ ବାହାରିଲେ ପ୍ରଥମ ବ୍ୟାଚ୍
/sambad/media/post_attachments/wp-content/uploads/2022/06/amarnath-yatra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)