ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଘୋଷଣା କଲା ଏସଏଏସବି

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ତାରିଖ ଘୋଷଣା ସହ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଗତ ବର୍ଷ କରୋନା ମହାମାରୀ ପାଇଁ ଅମରନାଥ ଯାତ୍ରା ଉପରେ ରୋକ ଲଗାଯାଇଥିବା ବେଳେ ଚଳିତ ବର୍ଷ ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଅମରନାଥ ଯାତ୍ରା ଶେଷ ହେବ ବୋଲି ଜଣାପଡ଼ିଛି।

अमरनाथ यात्रा (फाइल फोटो-PTI)
aajtak

ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି) ୨୦୨୦ମସିହାରେ ଅମରନାଥ ଯାତ୍ରାକୁ ବାତିଲ କରିଥିଲେ। ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୩ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଥମେ କୁହାଯାଇଥିବା ବେଳେ ସଂକ୍ରମର ବୃଦ୍ଧି ହେତୁ ଯାତ୍ରାକୁ ବାତିଲ କରିଦିଆଯାଇଥିଲା। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ହଠାତ୍ ସଂକ୍ରମଣ ବୃଦ୍ଧି ଘଟୁଥିବା ସତ୍ତ୍ବେ କରୋନା ମହାମାରୀ ନିର୍ଦ୍ଦେଶାବଳୀକୁ ପାଳନ କରି ବୋର୍ଡ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ କହିଛି ଯେ, ଏହା ଭକ୍ତଙ୍କ ଭାବନା ବିଷୟରେ ଆମେ ଅବଗତ ଏବଂ ଆମେ ସମ୍ମାନ କରୁ। ଧାର୍ମିକ ଭାବନାକୁ ଜୀବନ୍ତ ରଖିବା ପାଇଁ ଆମେ ସକାଳ ଏବଂ ସନ୍ଧ୍ୟା ଆରତୀର ଲାଇଭ ଟେଲିକଷ୍ଟ ଜାରି ରଖିବୁ।

ସମ୍ବନ୍ଧିତ ଖବର