ନୂଆଦିଲ୍ଲୀ: ଭାରତ ରତ୍ନ ହେଉଛି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର | ଏହି ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିଥାଏ | ନିଜର ପେସା ପ୍ରତି ଥିବା ତାଙ୍କର ଅବଦାନ ପାଇଁ ଭାରତ ରତ୍ନ ପାଇଥିବା ବ୍ୟକ୍ତିଙ୍କୁ ଆଜୀବନ ମାଗଣାରେ ବିମାନ ଯାତ୍ରା କରିବାର ସୁଯୋଗ ମିଳିଥାଏ | ସମସ୍ତ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏୟାର ଇଣ୍ଡିଆ ବିମାନରେ ମାଗଣା ଯାତ୍ରା କରିପାରିବାର ସୁବିଧା ରହିଛି | ଏହି ସୁବିଧା ୨୦୦୩ରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ସମୟରୁ ଆରମ୍ଭ ହୋଇଛି |
ତେବେ ଏପର୍ଯ୍ୟନ୍ତ ୪୮ଜଣଙ୍କୁ ଭାରତ ରତ୍ନ ପୁରସ୍କାର ମିଳିସାରିଥିବା ବେଳେ ବିମାନରେ ମାଗଣା ଯାତ୍ରା କରିପାରିବା ନେଇ ଥିବା ସୁବିଧାର ଲାଭ ଭାରତ ରତ୍ନ ପ୍ରାପ୍ତକର୍ତ୍ତା ଅମର୍ତ୍ୟ ସେନ ଅଧିକ ଉଠାଇଥିବା ଜଣାପଡିଛି | ୪ବର୍ଷରେ ସେ ୨୧ଥର ମାଗଣାରେ ବିମାନ ଯାତ୍ରା କରିଥିବା ଜଣାପଡିଛି | ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଭାରତ ରତ୍ନ ପ୍ରାପ୍ତକର୍ତ୍ତାଙ୍କୁ କେତେବେଳେ କେନ୍ଦ୍ର ସରକାର ମାଗଣାରେ ବିମାନ ଯାତ୍ରା ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ,ଭାରତ ରତ୍ନ ପ୍ରାପ୍ତକର୍ତ୍ତା କେତେଥର ଏହାର ଲାଭ ଉଠାଇଛନ୍ତି ଏବଂ ସୁବିଧାଗୁଡ଼ିକ ପାଇଁ କେତେ ଟଙ୍କା ଖର୍ଚ ହୋଇଛି, ତାହା ଜାଣିବା ପାଇଁ ସୂଚନା ଅଧିକାର (ଆରଟିଆଇ) ବଳରେ ଏୟାର ଇଣ୍ଡିଆକୁ ପ୍ରଶ୍ନ କରାଯାଇଥିଲା। । ଭାରତ ରତ୍ନ ପ୍ରାପ୍ତକର୍ତ୍ତା ଅମର୍ତ୍ୟ ସେନ୍ କେତେ ଥର ଏହି ସୁବିଧା ପାଇଛନ୍ତି ସେ ବିଷୟରେ ଜାତୀୟ ଗଣମାଧ୍ୟମ ପକ୍ଷରୁ ବିଶେଷ ଭାବରେ ପଚରାଯାଇଥିଲା।
ଏହାର ଉତ୍ତରରେ ଏୟାର ଇଣ୍ଡିଆ କହିଛି ଯେ, ୨୦୦୩ରେ ଅଟଳ ସରକାର ଥିବା ବେଳେ ଭାରତ ରତ୍ନ ପ୍ରାପ୍ତକର୍ତ୍ତାଙ୍କୁ ଏହି ସୁବିଧା ଦିଆଯିବା ନେଇ ଘୋଷଣା କରାଯାଇଥିଲା | ନିଜ ନିଜ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ଅବଦାନ ପାଇଁ ସମ୍ମାନିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନର ପ୍ରତୀକ ଭାବରେ ଏହି ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା | ସେମାନଙ୍କର ଯାତ୍ରା ଆବଶ୍ୟକତାକୁ ସୁଗମ କରିବାରେ ସମସ୍ତ ସହାୟତା ପ୍ରଦାନ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର | ତେବେ ୨୦୦୩ପରଠାରୁ ମାଗଣା ବିମାନ ଯାତ୍ରା ପାଇଁ କେତେ ଟଙ୍କା ଖର୍ଚ ହୋଇଛି ସେଇ ନେଇ ତଥ୍ୟ ନଥିବା କହିବା ସହ ଭାରତ ରତ୍ନ ପ୍ରାପ୍ତକର୍ତ୍ତା ଅମର୍ତ୍ୟ ସେନ ଏହି ସୁବିଧାର ଅଧିକ ଲାଭ ଉଠାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି | ୪ବର୍ଷରେ ସେ ୨୧ଥର ମାଗଣାରେ ବିମାନ ଯାତ୍ରା କରିଥିବା ଏୟାର ଇଣ୍ଡିଆ କହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/t.jpg)