ଆଇନ ପ୍ରତିନିଧିମାନେ ଭାରତରେ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିବ ଆମାଜନ

ନୂଆଦିଲ୍ଲୀ: ଆମାଜନ ବିରୋଧରେ ତଦନ୍ତ କରିବେ କେନ୍ଦ୍ର ସରକାର। ଆମାଜନର ଆଇନ ପ୍ରତିନିଧିମାନେ ଭାରତରେ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ନେଇ ଅଭିଯୋଗ ହେବା ପରେ ଏନେଇ ତଦନ୍ତ କରାଯିବ ବୋଲି ସରକାର କହିଛନ୍ତି।  ଭାରତ ସରକାରଙ୍କ ସମେତ ଆମାଜନ ମଧ୍ୟ ଆମେରିକାର ୱେବସାଇଟ୍ ଦ୍ୱାରା ପ୍ରକାଶିତ ଅଭିଯୋଗର ଯାଞ୍ଚ ଆରମ୍ଭ କରିଥିବା ଜଣାପଡିଛି।

ଆମାଜନକୁ ସମାଲୋଚନା କରିବା ସହ ନିୟମ ଭାଙ୍ଗିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସରକାରୀ ଅଧିକାରୀମାନେ କହିଛନ୍ତି ଯେ, “ଆମାଜନ ଆଇନଗତ ଦେୟ ପାଇଁ ୮,୫୦୦ କୋଟିରୁ ଅଧିକ ଖର୍ଚ୍ଚ କରିଛି। ଏତେ ଟଙ୍କା କୁଆଡେ ଯାଇଛି ଏବଂ କେଉଁ କାମରେ ଲାଗିଛି, ଏବେ ତାହା ଚିନ୍ତା କରିବାର ସମୟ ଆସିଛି। ସମଗ୍ର ସିଷ୍ଟମ ଲାଞ୍ଚ ଉପରେ କାମ କରୁଥିବା ପରି ମନେ ହେଉଛି ଏବଂ ଏହା ଉଚିତ୍ ବ୍ୟବସାୟିକ ଅଭ୍ୟାସ ନୁହେଁ।”

Amazon Bribery India Case News Key Details You Need To Know
India.com

ଅନ୍ୟପକ୍ଷରେ ୱେବସାଇଟ୍ ଦି ମର୍ନିଂ କଣ୍ଟେକ୍ସଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମାଜନ ଏହାର କିଛି ଆଇନ ପ୍ରତିନିଧିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଏହା ସହ କମ୍ପାନିର ବରିଷ୍ଠ କର୍ପୋରେଟ୍ ପରାମର୍ଶଦାତାଙ୍କୁ ଛୁଟିରେ ପଠାଇଦେଇଛି। ଲାଞ୍ଚ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଏହାକୁ ନିଶ୍ଚିତ କିମ୍ବା ଅସ୍ୱୀକାର ନକରି ଆମାଜନ କହିଛି ଯେ, ଦୁର୍ନୀତି ପାଇଁ ଆମର ଶୂନ୍ୟ ସହନଶୀଳତା ଅଛି। ଆମେ ଭୁଲ କାର୍ଯ୍ୟଗୁଡ଼ିକର ଅଭିଯୋଗକୁ ଗମ୍ଭୀରତାର ସହ ନେଇଥାଉ। ସେଗୁଡିକର ସମ୍ପୂର୍ଣ୍ଣ ଅନୁସନ୍ଧାନ କରୁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଆମେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା କୌଣସି ଅନୁସନ୍ଧାନର ସ୍ଥିତି ଉପରେ ମନ୍ତବ୍ୟ ଦେବୁନାହୁଁ।

ସମ୍ବନ୍ଧିତ ଖବର