ନୂଆଦିଲ୍ଲୀ : ଏଣିକି ୧୦ ମିନିଟରେ ମିଳିବ ଆମାଜନର ଡେଲିଭରି । ଆମାଜନ ନାଓ ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକମାନେ ଏହି ସୁବିଧା ପାଇପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀରେ ଏହି ସେବା ଆରମ୍ଭ ହୋଇଛି ।
ଦେଶରେ ତୁରନ୍ତ ବ୍ୟବସାୟ ବା କ୍ବିକ୍ କମର୍ସର କ୍ରେଡ୍ ବଢିଚାଲିଛି । ଏ କ୍ଷେତ୍ରରେ ସ୍ବିଗି ଇନଷ୍ଟାମାର୍ଟ, ଜିଓମାର୍ଟ, ଜେପଟୋ, ବ୍ଲିଙ୍କିଟ୍ ପରି କମ୍ପାନି ଏ କ୍ଷେତ୍ରରେ ଆଗୁଆ ରହିଛି । ବିଭିନ୍ନ ନିତିଦିନିଆ ସାମଗ୍ରୀ ଅର୍ଡର କରିବାର ଅଳ୍ପ କିଛି ସମୟ ମଧ୍ୟରେ ଅର୍ଡର ହୋଇଥିବା ସମଗ୍ରୀ ଗ୍ରାହକଙ୍କ ଘରେ ପହଞ୍ଚୁଛି । ଅନ୍ୟପକ୍ଷରେ ଆମାଜନ, ଫ୍ଲିପକାର୍ଟ ପରି ଇ-କମର୍ସ ପ୍ଲାଟଫର୍ମରେ ସାମଗ୍ରୀ ଅର୍ଡର କରିବାଠାରୁ ଡେଲିଭରି ପର୍ଯ୍ୟନ୍ତ ଦିନେରୁ ଏକ ସପ୍ତାହ କିମ୍ବା ଅଧିକ ସମୟ ଲାଗିଥାଏ । ଏହି କାରଣରୁ ଆମାଜନ ପକ୍ଷରୁ ଆମାଜନ ନାଓ ଆରମ୍ଭ କରାଯାଇଛି ।
ତରନ୍ତ ସେବା (କ୍ବିକ ସର୍ଭିସ) କ୍ଷେତ୍ରରେ ଆମାଜନ ନାଓର ପ୍ରବେଶ ସହିତ ଆଗାମୀ ଦିନରେ ପ୍ରତିଯୋଗିତା ତୀବ୍ର ହେବାର ସମ୍ଭାବନା ରହିଛି । ଜୁନ୍ ମାସରେ, ଇ-କମର୍ସ କମ୍ପାନୀ ଆମାଜନ ବେଙ୍ଗାଲୁରୁରେ ଏହାର ଦ୍ରୁତ ବିତରଣ ସେବା ଆରମ୍ଭ କରିଥିଲା। ଏବେ ଏହା ପ୍ରଥମେ ପଶ୍ଚିମ ଦିଲ୍ଲୀରୁ ଏହାକୁ ଆରମ୍ଭ କରିଛି, ଯାହା ଧୀରେ ଧୀରେ ଅନ୍ୟ ସହରରେ ଆରମ୍ଭ ହେବ।