ନୂଆଦିଲ୍ଲୀ: ମେ ପହିଲାରେ କଲମ୍ବିଆର ଆମାଜନ୍‌ ଚିରଶ୍ୟାମଳ ଜଙ୍ଗଲରେ ଘଟିଥିବା କ୍ଷୁଦ୍ର ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇ ୪୦ ଦିନ ପରେ ଜୀବନ୍ତ ଉଦ୍ଧାର କରାଯାଇଥିବା ପିଲା ୪ଜଣଙ୍କ ବଞ୍ଚିବା କଥା ସମସ୍ତଙ୍କୁ ବିସ୍ମିତ କରିଛି।

Advertisment

ପରିବାର ଲୋକଙ୍କ ସହିତ ପୁନର୍ମିଳିତ ହୋଇଥିବା ଏହି ହ୍ୟୁଟୋଟୋ ଜନଜାତି ସମ୍ପ୍ରଦାୟ ପିଲାମ‌ାନଙ୍କର ବୟସ ହେଉଛି ଯଥାକ୍ରମେ ୧୩, ୯, ୪, ଓ ୧୧ ମାସ। ସେମାନଙ୍କୁ ସେନା ବାହିନୀର ମେଡିକାଲ୍ ବିମାନରେ ବଗୋଟା ସେନା ହସ୍ପିଟାଲ୍‌କୁ ନିଆଯାଇଥିଲା।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜାଗୁଆର, ସାପ ଓ ହିଂସ୍ରଜନ୍ତୁଙ୍କର ବାସସ୍ଥାନ କଲମ୍ବିଆର ଆମାଜନ୍‌ ଚରିଶ୍ୟାମଳ ଅରଣ୍ୟ ସହିତ ସେ ପିଲା ୪ଟି ଅପରିଚିତ ନୁହନ୍ତି।

publive-image Image Courtesy of The Guardian

‘ନ୍ୟାସ୍‌ନାଲ୍‌ ଇଣ୍ଡେଜେନସ୍‌ ଅର୍ଗାନାଇଜେସନ୍‌ ଅଫ୍‌ କଲମ୍ବିଆ’ର ସଦସ୍ୟ ଲୁଇ ଆକୋଷ୍ଟା ଗଣମାଧ୍ୟମକୁ କହିଛନ୍ତି: ସେମାନେ ଆଦିମ ଅଧିବାସୀ ହୋଇଥିବାରୁ ଜଙ୍ଗଲ ସହିତ ସୁପରିଚତ। କ’ଣ ଖାଇବା କଥା ଓ କ’ଣ ନ ଖାଇବା କଥା ସେମାନେ ଜାଣନ୍ତି। ଏଥିଯୋଗୁଁ ଏବଂ ଆଧ୍ୟାତ୍ମିକ ବଳ ଯୋଗୁଁ ସେମାନେ ତିଷ୍ଠି ରହିଥିଲେ।

ତାଙ୍କ ପରିବାରସୂତ୍ରରୁ ଉଦ୍ଧାର କରି ସମ୍ବାଦପତ୍ର ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି , ସେମାନେ କନ୍ଦ ଅଟା, ବଣୁଆ ଫଳ, ଛୋଟ ଗଛ ଓ ମଞ୍ଜି ଖାଇ ବଞ୍ଚିଥିଲେ। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଚାରିହେଁ ଭଙ୍ଗା ବିମାନରେ ଥିବା ‘ଫାରିନା’ ଗୁଣ୍ଡ ନେଇଯାଇଥିଲେ। ତାକୁ ଖାଇ ଅଳ୍ପ କିଛି ଦିନ ଚଳିଲେ। ‘ଫାରିନା’ ଶେଷ ହୋଇଯିବା ପରେ ସେମାନେ ମଞ୍ଜି ଓ ଫଳ ଖାଇଲେ।

ସେମାନଙ୍କ ପରିବାରର ଆଉ ଜଣେ ସଦସ୍ୟ କହିଛନ୍ତି, ଜଳଶୁଷ୍କତା ଓ ପତଙ୍ଗ ଦଂଶନର ସରବ୍ୟ ହୋଇଥିଲେ ବି ପିଲାମାନେ ଭଲ ଅଛନ୍ତି।

ସୂଚନାଯୋଗ୍ୟ, ଆମାଜନୀୟ ଗ୍ରାମ ଆରାକୁଆରାରୁ ସାନ୍‌ ଜୋସ୍‌ ଡେଲ୍‌ ଗୁଆଭାଏର୍‌ ଯିବା ବାଟରେ ଆମାଜନ୍‌ ଜଙ୍ଗଲ ଉପରେ ତାଙ୍କ କ୍ଷୁଦ୍ର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ପିଲାମାନଙ୍କର ମାଆ, ପାଇଲଟ୍‌ ଏବଂ ଆଉ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।