ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆପଣଙ୍କୁ ଟିଭି ଓ ଫୋନ୍‌ରେ ବିଜ୍ଞାପନ ଦେଖିବା ପାଇଁ ଟଙ୍କା ଦେବାକୁ ହେବ। କାରଣ ଓଟିଟି ପ୍ଲାଟ୍‌ଫର୍ମ ସବ୍‌ସ୍କ୍ରିପସନ୍‌ ପରେ ‌ବି ଲୋକଙ୍କୁ ବିଜ୍ଞାପନ ଦେଖାଇବାକୁ ଯୋଜନା ହେଉଛି।  ଆମେରିକା, ଅ‌ଷ୍ଟ୍ରେଲିଆ, ଅଷ୍ଟ୍ରିଆ, କାନ୍ନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ମେକ୍ସିକୋ, ସ୍ପେନ୍‌ ଏବଂ ୟୁକେ ପରେ ଏବେ ଭାରତରେ ବି ଲାଗୁ ହେବାକୁ ଯାଉଛି।

Advertisment

ଏହି ସବୁ ଦେଶରେ ବର୍ଷ ଆରମ୍ଭରୁ ଆମାଜନ୍‌ ସବ୍‌ସ୍କ୍ରିପ୍‌ସନ ସହିତ ବିଜ୍ଞାପନ ଦେଖାଇବା ଆରମ୍ଭ କରିଦେଇଛି। ଆସନ୍ତାବର୍ଷ ଆରମ୍ଭରେ ଭାରତରେ ବି ଏହା ଲାଗୁ ହେବାକୁ ଯାଉଛି।

ଆମାଜନ୍‌ ନିଶ୍ଚିତ କରିଛି ‌ଯେ ପ୍ରାଇମ୍‌ ଭିଡିଓ ଖୁବ୍ ଶୀଘ୍ର ଭାରତରେ ବିଜ୍ଞାପନ ଦେଖାଇବା ଆରମ୍ଭ କରିଦେବ। କେବଳ ଭାରତରେ ନୁ‌ହେଁ; ବ୍ରାଜିଲ୍‌, ଜାପାନ, ନେଦରଲାଣ୍ଡ୍‌ ଓ ନ୍ୟୁଜିଲାଣ୍ଡ୍‌ ଆଦି ଦେଶରେ ବି ବିଜ୍ଞାପନ ପ୍ରଦର୍ଶିତ ହେବ। ସହଜ ଭାଷାରେ କହିବାକୁ ଗଲେ, ଓଟିଟି ପ୍ଲାଟ୍‌ଫର୍ମରେ ଯେତେ ବି ସବୁ ଭଲ କଣ୍ଟେଟ୍‌ ରହିବ ସେଥିରେ ବିଜ୍ଞାପନ ଦେଖାଇବ।

ତେବେ କମ୍ପାନିର କହିବା କଥା ହେଉଛି ଓଟିଟି ପ୍ଲାଟ୍‌ଫର୍ମରେ ଟିଭି ତୁଳନାରେ କମ୍‌ ବିଜ୍ଞାପନ ଦେଖାଇବ। କିଛି କଣ୍ଟେଟ୍‌ ସହିତ ବିଜ୍ଞାପନ ଆସିଲେ ବି ବ୍ୟବହାରକାରୀଙ୍କ ନିକଟରେ ଆଡ୍‌-ଫ୍ରି ସବ୍‌ସ୍କ୍ରିପସନ୍‌ ବି ରହିବ। କମ୍ପାନି ଖୁବ୍ ଶୀଘ୍ର ଏହାର ଦର ଘୋଷଣା କରିବ।