ଡାକ୍ତରଙ୍କ ପୁଅ ଓ ଝିଅଙ୍କୁ ୨୦ବର୍ଷ ପରେ ଏକ ବନ୍ଦ କୋଠରିରୁ କରାଗଲା ଉଦ୍ଧାର

ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନାର ଏକ ସଂସ୍ଥା ‘ମନୁଖତା ଦି ସେବା ସବସେ ବଡ଼ି ସେବା’ ଅମ୍ବାଲା ଛାବନି ଓ ସହରରୁ ତିନିଜଣ ଲୋକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ତିନିଜଣ ଅନେକ ବର୍ଷ ହେବ ଗୋଟିଏ ଘରେ ବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି। ଏମାନଙ୍କ ମାନସିକସ୍ଥିତି ବି ଠିକ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିରେ ‌ବୋହ ଗ୍ରାମର ବାସିନ୍ଦା ଦୁଇ ଭାଇ ଓ ଭଉଣୀଙ୍କୁ ବି ଉଦ୍ଧାର କରାଯାଇଛି। ଭଉଣୀ ଜଣକ ଏମଏ.ବିଇଡି କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ବୋହ ଗ୍ରାମର ଭାଇ ଓ ଭଉଣୀ ଗତ ୨୦ବର୍ଷ ହେବ ‌ଗୋଟିଏ କୋଠରିରେ ବନ୍ଦୀ ହୋଇଥିଲେ। ଉଦ୍ଧାର ହୋଇଥିବା ଭାଇ ଓ ଭଉଣୀଙ୍କ ବାପା ଜଣେ ଡାକ୍ତର ଥିବା ଜଣାପଡ଼ିଛି। ସେହିପରି ଆଉ ଜଣଙ୍କୁ ଅମ୍ବାଲା ସହରର ଜୋଗିୱାଡାରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତଙ୍କୁ ସଂସ୍ଥାର ଲୋକମାନେ ଲୁଧିଆନା ନେଇ ଯାଇଛନ୍ତି।

ଉଦ୍ଧାରକାରୀ ସଂସ୍ଥା ସହିତ ଜଡ଼ିତ ମିଣ୍ଟୁ କହିଛନ୍ତି, ‘ଅମ୍ବାଲାରୁ ତାଙ୍କ ପାଖକୁ ଏକ ଭିଡିଓ ଆସିଥିଲା। ଏହାପରେ ବନ୍ଦେ ମାତରମ ଦଳ ସହିତ ମିଶି ପୀଡିତ ଓ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଲୋକଙ୍କୁ ଉତ୍ତମ ଜୀବନ ଜିଇଁବା ପାଇଁ ସଂସ୍ଥା ତାର ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବ। କାରଣ ଏହି ତିନିଜଣଙ୍କୁ ସେମାନଙ୍କ ନିଜ ଲୋକ ବି ପଚାରୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର