ମୁମ୍ବାଇ: ଗତ ଫେବ୍ରୁଆରି ୨୫ତାରିଖରେ ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଥିଲା। ଜବତ ହୋଇଥିବା ଏସୟୁଭିରୁୁ ୨୦ଟି ଜିଲୋଟିନ ମିଳିଥିଲା। ଖବର ମିଳିବା ପରେ ଏହି ଘଟଣା ପଛରେ କାହାର ହାତ ରହିଛି, ସେ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ଆଜି ଏହି ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜୈସ-ଉଲ-ହିନ୍ଦ ନାମକ ଏକ ଅଜଣା ଆତଙ୍କବାଦୀ ସଂଗଠନ ଏଭଳି କରିଥିବା ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନଟି ନିଜେ ଏହି କଥା ସ୍ବୀକାର କରିଛି।
ଜୈସ-ଉଲ-ହିନ୍ଦ ପକ୍ଷରୁ ଜାରି କରାଯାଇଥିବା ଏକ ଟେଲିଗ୍ରାମ ମେସେଜ ଅନୁଯାୟୀ, ଆମର ଯେଉଁ ଭାଇ ବିସ୍ଫୋରକ ଭର୍ତ୍ତି ଏସୟୁଭିକୁ ଅମ୍ବାନୀଙ୍କ ଘର ଆଗରେ ରଖିଥିଲେ, ସେ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚିଯାଇଛି। ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଟ୍ରେଲର ଥିଲା। ବଡ଼ ଫିଲ୍ମ ଏବେ ଆସିବା ବାକି ଅଛି। ଟେଲିଗ୍ରାମ ମେସେଜରେ ଜୈସ-ଉଲ-ହିନ୍ଦ ବିଟକଏନ ଆକାରରେ ଟଙ୍କା ମାଗିଥିବା ବେଳେ ପୁଲିସକୁ ଚ୍ୟାଲେଞ୍ଜ କରିଛି। ଯଦିି ପାରୁଛୁ ଆମକୁ ଅଟକାଇ ଦେଖ ବୋଲି ଟେଲିଗ୍ରାମ ମେସେଜରେ ଲେଖାଯାଇଛି।
/sambad/media/post_attachments/1873d0f879c2396be3118fba59e6183b055ad80dfb444c71bb0edad7f577d208.jpeg)
ସେଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ନୀତା ଭାଉଜ ଏବଂ ମୁକେଶ ଭାଇ, ଯଦି ଏବେ ତୁମେମାନେ ଆମର ଦାବି ପୂରଣ ନକର ଆଗକୁ ଏୟସୁଭି ତୁମ ପିଲାମାନଙ୍କ ଦାମୀ ଗାଡ଼ି ଉପରେ ଚଢ଼ିଯାଇପାରେ। ତୁମେ ଜାଣିଛ ତୁମକୁ କ’ଣ କରିବାକୁ ହେବ। ଆମେ ମାଗିଥିବା ଟଙ୍କାକୁ ଠିକ ସମୟରେ ଆମକୁ ଦେଇ ଦିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/mukesh-ambani-case28_Thumb.jpg)