ଅମ୍ବାନୀ ପରିବାର କେରଳକୁ ଦେଲା ୨୧ କୋଟିର ସହାୟତା, ରିଲାଏନ୍ସ ଫାଉଣ୍ଡେସନ ପଠାଇବ ୫୧ କୋଟି ଟଙ୍କାର ରିଲିଫ୍ ସାମଗ୍ରୀ

ମୁମ୍ବାଇ : ବନ୍ୟାରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥଇବା କେରଳକୁ ସାହାଯ୍ୟ କରିବା ପାଇଁ ସାରା ଦେଶରୁ ଲୋକ ଆଗକୁ ଆସିଛନ୍ତି । ଦେଶର ଅନ୍ୟତମ ବଡ଼ ବ୍ୟାବସାୟିକ ସଂସ୍ଥାର ମାଲିକ ଅମ୍ବାନୀ ପରିବାର ଦ୍ବାରା ପରିଚାଳିତ ରିଲାଏନ୍ସ ଫାଉଣ୍ଡେସନ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ରିଲିଫ୍ ପାଣ୍ଠିକୁ ୨୧ କୋଟିର ଆର୍ଥିକ ସହାୟତା କରିବା ପାଇଁ ଘୋଷଣା କରିଛି । ଏହା ସହିତ ରିଲାଏନ୍ସ ଫାଉଣ୍ଡେସନ ୫୧ କୋଟି ଟଙ୍କାର ରିଲିଫ୍ ସାମଗ୍ରୀ ମଧ୍ୟ ପଠାଇବେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ କୌଣସି ଭାରତୀୟ କମ୍ପାନୀ ଅପେକ୍ଷା ରିଲାଏନ୍ସ କମ୍ପାନୀର ସହାୟତା ନିହାତି ଭାବରେ ସବୁଠାରୁ ଅଧିକ । ଏହା ସହିତ କେତେକ ରାଜ୍ୟ ମାନଙ୍କ ଦ୍ୱାରା ଦିଆ ଯାଇଥିବା ସହାୟତା ଠାରୁ ମଧ୍ୟ ଯଥେଷ୍ଟ ଅଧିକ ।

DNA India

ଏହି ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି ଯେ କେରଳର ଲୋକ ଏବେ ସଂକଟର ସାମ୍ନା କରୁଛନ୍ତି ଏବଂ ଫାଉଣ୍ଡେସନର ଟିମ ସେଠାରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି । ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୨୧ କୋଟିର ସହାୟତା କରିଛୁ । ଏହା ସହିତ ରିଲାଏନ୍ସ ଫାଉଣ୍ଡେସନ କେରଳ ବନ୍ୟାରେ ନଷ୍ଟ ହୋଇଥିବା ଇନଫ୍ରାଷ୍ଟ୍ରକଚରକୁ ସଜାଡ଼ିବାରେ ସାହାଯ୍ୟ କରିବ।

ସମ୍ବନ୍ଧିତ ଖବର