ଆଣ୍ଟିଲିଆ ବାହାରେ ମିଳିଥିବା ବିସ୍ଫୋରକ ମାମଲାର ଯାଞ୍ଚ ଏଣିକି ଏନଆଇଏ କରିବ

ମୁମ୍ବାଇ : ମୁମ୍ବାଇସ୍ଥିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସାମନାରେ ଗତ ଗୁରୁବାର ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ଯାନ ପାଇଁ ଏକ ଅପରିଚିତ ଅଶୁଣା ସଂଗଠନ ଜୈସ-ଉଲ୍-ହିନ୍ଦ୍ ନିଜକୁ ଦାୟୀ କରିଛି।

ପୁଲିସ ଆସି ସ୍କର୍ପିଓର ଯାଞ୍ଚ କରିବା ପରେ ସେଥିରୁ ବିସ୍ଫୋରକ ଓ ଏକ ଧମକପୂର୍ଣ୍ଣ ପତ୍ର ମିଳିଥିଲା । ସେଥିରେ ଲେଖାଥିଲା ଇଏ ତ ଗୋଟାଏ ଟ୍ରେଲର। ‘ନୀତା ଭାଉଜ ଓ ମୁକେଶ ଭାଇଙ୍କ ପରିବାର’, ଇଏ ତ ଝଲକ ମାତ୍ର । ଆର ଥରକୁ ଏ ସାମଗ୍ରୀ ବିକଶିତ ହୋଇ ଆପଣଙ୍କ ପାଖକୁ ଆସିବ। ସେଥିପାଇଁ ପୂରା ବନ୍ଦୋବସ୍ତ ସରିଛି ।ପରେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ସ୍କର୍ପିଓଟି ହିରେନଙ୍କ ନାଁରେ ଥିବା ଜାଣିବାକୁ ପାଇଥିଲା ।

NIA to probe explosives recovery case near Mukesh Ambani's house in Mumbai

ତେବେ ଏହି ଘଟଣାର ତଦନ୍ତ ଦାୟିତ୍ବ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)କରିବ। ଗୃହ ମନ୍ତ୍ରାଳୟ ଏନଆଇଏକୁ ଏହି ଯାଞ୍ଚ ଦାୟିତ୍ବ ଦେଇଛି। ତେବେ ସ୍କର୍ପିଓ ମାଲିକ ମନମୁଖ ହିରେନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ହିରେନଙ୍କ ମୃତଦେହ ଯାଞ୍ଚ ସମୟରେ ତାଙ୍କ ମୁହଁରୁ ୫ଟି ରୁମାଲ ବାହାର କରାଯାଇଥିବା ବେଳେ ମୃତଦେହ ଏକ ନାଳରୁ ଜବତ ହୋଇଥିଲା।

ଏହି ପୂରା ଘଟଣାକୁ ନେଇ ଏନଆଇଏ ଯାଞ୍ଚ କରୁ ବୋଲି ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦାବି କରିଥିଲେ। ଏହାପରେ ଗୃହ ମନ୍ତ୍ରାଳୟ ପୂରା ଘଟଣାର ଯାଞ୍ଚ ଏନଆଇଏକୁ ଦେଇଛନ୍ତି। ଏନଆଇଏ ଏବେ ଏହା ଜାଣିବାକୁ ଚେଷ୍ଟା କରୁଛି କି ଆଣ୍ଟିଲିଆ ବାହାରେ ସ୍କର୍ପିଓ ଗାଡ଼ି କିଏ ଛିଡ଼ା କରିଥିଲା ଓ ଏହାପଛରେ କ’ଣ କାରଣ ଥାଇପାରେ।

ସମ୍ବନ୍ଧିତ ଖବର