ମୁମ୍ବାଇ : ଭାରତର ୧ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କୁ ଆଉ ମୁମ୍ବାଇ ମହାନଗରୀରେ ରହିବାକୁ ଭଲ ଲାଗୁନି । ମୁମ୍ବାଇରେ ସେ ରହୁଥିବା ଭାରତର ସବୁଠାରୀ ଦାମୀ ଘର ଆଣ୍ଟିଲିଆରେ ରହିବାକୁ ସେ ଆଉ ପସନ୍ଦ କରୁନାହାନ୍ତି । ଏଥିପାଇଁ ସେ ସପରିବାର ଲଣ୍ଡନ ମହାନଗରୀରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ମୁକେଶ ଲଣ୍ଡନର ବକିଂହାମସାୟାରର ଷ୍ଟୋକ ପାର୍କରେ ଥିବା ଏକ ବଙ୍ଗଳାକୁ ସେ କିଣିଛନ୍ତି । ପ୍ରାୟ ୩୦୦ ଏକର ପରିମିତ ଅଞ୍ଚଳରେ ଥିବା ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୯୨ କୋଟି ଟଙ୍କା ହେବ । ଏହି ବଙ୍ଗଳା ଭିତରେ ୪୯ଟି ବେଡରୁମ, ଗୋଟିଏ ଛୋଟକାଟିଆ ହସପିଟାଲ ରହିଛି । ବଙ୍ଗଳା ବାହାରେ ରହିଛି ପାର୍କ, ଗଲ୍ପ ପଡ଼ିଆ, ଏକ ଛୋଟ ଜଳାଶୟ । ଏହି ବଙ୍ଗଳାଟି ଏକ ଜେମ୍ସ ବଣ୍ଡ ଫିଲ୍ମରେ ବି ସ୍ଥାନ ପାଇଥିଲା ।
ଅମ୍ବାନି ପରିବାର ଚଳିତ ବର୍ଷର ଦୀପାବଳି ଏହି ନୂଆ ଘରେ ହିଁ ପାଳନ କରିଥିଲେ । ଆସନ୍ତା ବର୍ଷ ଏପ୍ରିଲରେ ସେମାନେ ଲଣ୍ଡନ ଯ଼ିବାର ଯ଼ୋଜନା କରିଛନ୍ତି ।
ମିଡ୍ ଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଲକଡାଉନ ସମୟରେ ଅମ୍ବାନି ପରିବାର ନିଜର ଆଣ୍ଟିଲିଆରେ ହିଁ କଟାଇଥିଲେ । ଆଣ୍ଟିଲିଆ ଏକ ବିଳାଶମୟ ଘର ହେଲେ ବି ସେଠାରେ ପ୍ରାକୃତିକ ପରିବେଶ ନାହିଁ । ଏଣୁ ଅମ୍ବାନି ଏକ ନୂଆ ଘର କିଣିବା କଥା ଚିନ୍ତା କଲେ । ଏପରି ଏକ ଘର ଯ଼େଉଁଠାରେ ରହିଲେ ପ୍ରାକୃତିକ ପରିବେଶର ମଜା ନେଇହେବ ।