ସାତବର୍ଷର କ୍ରାନ୍ତି ହାତୀପଲଙ୍କ ଭିତରେ ଫସିଥିବା ତାର ୩ବର୍ଷର ଭଉଣୀକୁ ଏପରି ଉଦ୍ଧାର କଲା

ଉଦୟପୁର: ଉଦୟପୁର ବିକାଶଖଣ୍ଡସ୍ଥିତ ମୋହନପୁର ଗ୍ରାମରେ ହାତୀଙ୍କ ଉପଦ୍ରବ ହେତୁ ଘରବାଡି ନଷ୍ଟ ହୋଇଯାଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏହି ଗ୍ରାମର ସାତବର୍ଷର ଶିଶୁ ହାତୀଙ୍କ କବଳରେ ଫସି ଯାଇଥିବା ତାର ତିନିବର୍ଷର ଭଉଣୀକୁ ଉଦ୍ଧାର କରିଛି। ସାତବର୍ଷର ଏହି କନ୍ୟାର ନାମ କ୍ରାନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉଦୟପୁର ବିକାଶଖଣ୍ଡ ଗ୍ରାମକୁ ମଙ୍ଗଳବାର ହାତୀପଲ ପଶି ଆସିଥିଲେ। ଗ୍ରାମବାସୀ ଏମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ହାତୀପଲ ଚାଷଜମି ନଷ୍ଟ କରିବା ସହିତ ଘର ଭାଙ୍ଗିବା ଆରମ୍ଭ କରି ଦେଇଥିଲେ। ଖୋରାରାମଙ୍କ ଘରେ ହାତୀ ପଶିବା ଆରମ୍ଭ କରିବା ପରେ ଖୋରାରାମ ଓ ପରିଜନ ଭୟରେ ଜୀବନ ବଞ୍ଚାଇବା ପାଇଁ ଘରର ପଛ ରାସ୍ତା ଦେଇ ବାହାରକୁ ବାହାରି ଯାଇଥିଲା। ଘରେ ଭିତରେ ଥିବା ୭ବର୍ଷର ଓ ତିନି ବର୍ଷର ଝିଅକୁ ସାଥୀରେ ନେବାକୁ ଭୁଲି ଯାଇଥିଲେ। ଏହି ସମୟରେ ଖୋରାରାମଙ୍କ ୭ବର୍ଷ କ୍ରାନ୍ତି ସାହାସ ଜୁଟାଇ ତାର କୁନି ସାନ ଭଉଣୀକୁ ହାତୀ କବଳରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲା। ତା’ପର ଦିନ ସକାଳେ ହାତୀମାନେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଇନ୍ସପେକ୍ଟର ଲଖନପୁର ଏସକେ କେରକେଟା ଗ୍ରାମରେ ପହଞ୍ଚି,  ହାତୀ କବଳରୁ ତିନିବର୍ଷର ସାନ ଭଉଣୀକୁ ବଞ୍ଚାଇ ଥିବା କ୍ରାନ୍ତିର ସାହସକୁ ପ୍ରଶଂସା କରିଥିଲେ। ଏଥି ସହିତ ଅଗଷ୍ଟ ୧୫ରେ ମିଳୁଥିବା ସାହସିକତା ପୁରସ୍କାର ପାଇଁ କ୍ରାନ୍ତିର ନାମ ଦେବେ ବେଲି କହିଥିଲେ।

ସମ୍ବନ୍ଧିତ ଖବର