ପାଟନା: କରୋନା ମହାମାରୀ ସମୟରେ ଏବେ ଅକ୍ସିଜେନ ସଙ୍କଟ ସାଙ୍ଗକୁ ଆମ୍ବୁଲାନ୍ସ ଅଭାବର ରୋଗୀ ସାମ୍ନା କରୁଛନ୍ତି | ଆଉ କମ ଆମ୍ବୁଲାନ୍ସ ସାଙ୍ଗକୁ ଅଧିକ ରୋଗୀ ଥିବାବେଳେ ଆମ୍ବୁଲାନ୍ସ ମାଲିକମାନେ ମନଇଚ୍ଛା ଦର ନେଉଛନ୍ତି | ଅଧିକାଂଶ କ୍ଷେତ୍ରରେ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଯାଉଛି | ତେବେ ବିହାରର ସରଣ ଜିଲ୍ଲାରେ ବିଜେପି ସାଂସଦଙ୍କ ଘରେ ୩୦ ରୁ ଅଧିକ ଆମ୍ବୁଲାନ୍ସ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଜନ ଅଧିକାର ପାର୍ଟି (ଜେଏପି) ର ସଭାପତି ରାଜେଶ ରଂଜନ ଓରଫ ପପୁ ଯାଦବ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ।
ପପୁ ଯାଦବ କହିଛନ୍ତି ଯେ ଗୋଟିଏ ପଟେ କରୋନା ମହାମାରୀ ପାଇଁ ହାହାକାରୀ ଚାଲିଥିବାବେଳେ ଅନ୍ୟପଟେ ଏକାଧିକ ଆମ୍ବୁଲାନ୍ସକୁ ପୂର୍ବତନ ବିଜେପି ମନ୍ତ୍ରୀ ତଥା ଜାତୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡିଙ୍କ କାର୍ଯ୍ୟାଳୟରେ ଲୁଚାଇ ରଖାଯାଇଛି। ଏଠାରେ କ’ଣ ଘଟୁଛି ତାହାର ତଦନ୍ତ ହେବା ଉଚିତ୍। ”ପପୁ ଯାଦବ ଆମ୍ବୁଲାନ୍ସର ଚିତ୍ର ଟ୍ୱିଟ୍ କରିବା ପରେ ସୋସିଆଲ ମିଡିଆରେ ଲୋକମାନେ ବିଜେପି ଏବଂ ଏହାର ନେତାଙ୍କୁ ନେଇ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।
बीजेपी के पूर्व केंद्रीय मंत्री राष्ट्रीय प्रवक्ता राजीव प्रताप रूडी जी के अमनौर स्थित कार्यालय परिसर में दर्जनों एम्बुलेंस बरामद! सांसद विकास निधि से खरीदा गया एम्बुलेंस किसके निर्देश पर यहां छिपाकर रखा गया है, इसकी जांच हो?
सारण डीएम, सिविल सर्जन यह बताएं! BJP जवाब दे! pic.twitter.com/y0SnSJd36t
— Pappu Yadav (@pappuyadavjapl) May 7, 2021
ଏହି ଘଟଣାକୁ ନେଇ ପୂର୍ବତନ ବିଜେପି ମନ୍ତ୍ରୀ ତଥା ଜାତୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡି କହିଛନ୍ତି ଯେ, “ପପୁ ଯାଦବ ଶସ୍ତା ରାଜନୀତି କରନ୍ତି। କୌଣସି ତଥ୍ୟ ନଥାଇ ପ୍ରଶ୍ନ ଉଠାଉଛନ୍ତି'। ରୁଡି କହିଛନ୍ତି, 'ଡ୍ରାଇଭର ନ ଥିବାରୁ ଆମ୍ବୁଲାନ୍ସ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିନାହିଁ । କରୋନା ସମୟରେ ଡ୍ରାଇଭର ମିଳୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି | ପପୁ ଯାଦବ ଯଦି ସକ୍ଷମ ତେବେ ଡ୍ରାଇଭର ଦିଅନ୍ତୁ | ମୁଁ ଏହି ସମସ୍ତ ଆମ୍ବୁଲାନ୍ସକୁ ମାଗଣାରେ ଦେବାକୁ ପ୍ରସ୍ତୁତ ଅଛି। "