କରୋନା ପଜିଟିଭଙ୍କର ଆମ୍ବୁଲାନ୍ସରେ ମୃତ୍ୟୁ ହେବା ପରେ ଛାଡି ପଳାଇଲେ କର୍ମଚାରୀ

ପାଟନା: କରୋନା ମହାମାରୀର ଭୟ ମଧ୍ୟରେ କେତେକ ଲୋକଙ୍କ ମଧ୍ୟରେ ଥିବା ମାନବିକତାକୁ ନଷ୍ଟ କରିଦେଇଛି | ବିହାରର ସୁପୋଲରେ ଚିକିତ୍ସିତ ହେବାକୁ ଯାଉଥିବା କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ କର୍ମୀମାନେ ଆମ୍ବୁଲାନ୍ସ ଛାଡି ପଳାଇଥିଲେ। ମିଳିଥିବା ସୂଚନା ମୁତାବକ ଜନୈକ ବ୍ୟକ୍ତିଙ୍କ ସହ ତାଙ୍କ ପତ୍ନୀ କରୋନା ପଜିଟିଭ ଜଣାପଡିବା ପରେ ଉଭୟଙ୍କୁ ମେଡିକାଲକୁ ନିଆଯାଉଥିଲା | ତେବେ ଅଧାବାଟରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା |

ଆଉ ବ୍ୟକ୍ତିଜଣଙ୍କର ମୃତ୍ୟୁ ହେବା ପରେ ସେହି ଆମ୍ବୁଲାନ୍ସରେ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀମାନେ ଏତେ ଭୟଭୀତ ହୋଇଥିଲେ ଯେ ସେମାନେ ଆମ୍ବୁଲାନ୍ସ ଛାଡି ପଳାଇ ଯାଇଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସବ-ଡିଭିଜନାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଆରପି ସିହ୍ନା କହିଛନ୍ତି ଯେ କରୋନା ପୀଡିତଙ୍କୁ ଚାତପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା |

ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା | ତେବେ ତାଙ୍କର ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଯାଇଥିଲା | ବଡ କଥା ଯେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଆମ୍ବୁଲାନ୍ସରେ ଏକୁଟିଆ ବସିଥିବାବେଳେ କେହି ତାଙ୍କୁ ପଚାରିବାକୁ ଆସି ନଥିଲେ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ କିଭଳି ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ବି ମରିଯାଇଛି ତାହା ଏହି ଘଟଣାରୁ ଜଣାପଡିଛି |

ସମ୍ବନ୍ଧିତ ଖବର