ନୂଆଦିଲ୍ଲୀ: ଦେଶବାସୀଙ୍କ ସୁରକ୍ଷା ଲାଗି ନିୟୋଜିତ ହୋଇଥିବା ଯବାନ ଯଦି ଚୋରି କରିବେ ତେବେ ତା’ଠାରୁ ଲଜ୍ଜା ଆଉ କିଛି ନାହିଁ। ତେବେ ସବୁଠାରୁ ବଡ଼ ବିସ୍ମୟ ହେଉଛି ଯବାନ ସେନା ଆମ୍ବୁଲାନ୍ସ ଚୋରି କରିବା। ଜଣେ ସେନା ଯବାନ ଆଜି ଆହ୍ଲାବାଦରୁ ସେନା ଆମ୍ବୁଲାନ୍ସ ଚୋରି କରି ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତ ଯବାନ ଜଣକ ଲଦାଖରେ କାର୍ଯ୍ୟରତ ଥିଲେ। ତେବେ ସେ ଛୁଟିରେ ଆହ୍ଲାବାଦ୍ ଆସିଥିବା ବେଳେ ଏଭଳି କାଣ୍ଡ ଘଟାଇଛନ୍ତି। ଆଜି ସକାଳ ୬.୩୦ ସମୟରେ ସେ ଆମ୍ବୁଲାନ୍ସ ଚୋରି କରିବାପରେ ତାଙ୍କୁ ପୁଲିସ ପିଛା କରିଥିଲା। ତେବେ ପୁଲିସ ଆଖିରେ ଧୁଳି ଦେଇ ସେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ କାନପୁରରେ ତାଙ୍କୁ ପୁଲିସ ଧରିବାକୁ ସକ୍ଷମ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ, ଉକ୍ତ ଯବାନ ଜଣଙ୍କର ନାଁ ସର୍ବଜିତ୍ ଚୌଧୁରି ଏବଂ ସେ ରାଜସ୍ଥାନର ଝୁନ୍ଝୁନୁ ଜିଲ୍ଲାର ବାସିନ୍ଦା। ପ୍ରଥମେ ୨୦୧୬ରେ ସେ ଆହ୍ଲାବାଦ୍ରେ କାର୍ଯ୍ୟରତ ଥିଲେ କିନ୍ତୁ ପରେ ତାଙ୍କୁ ଲଦାଖ୍କୁ ବଦଳି କରାଯାଇଥିଲା। ତେବେ କେଉଁ ଉଦ୍ଦେଶ୍ୟ ନେଇ ସେ ଆମ୍ବୁଲାନ୍ସ ଚୋରି କରିଥିଲେ ତାହା ଜଣାପଡ଼ିନି। କାନପୁର ବରିଷ୍ଠ ପୁଲିସ ସୁପରିନଟେଣ୍ଡେଣ୍ଟ୍ଙ୍କ କହିବା ଅନୁଯାୟୀ ତାଙ୍କୁ ସେନା ଗୁଇନ୍ଦା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।
ଆହ୍ଲାବାଦ୍ରୁ ସେନା ଆମ୍ବୁଲାନ୍ସ ଚୋରି କରି ଯବାନ ଧରା ପଡ଼ିଲେ
/sambad/media/post_attachments/wp-content/uploads/2017/11/images-2-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)