ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ ସଂଶୋଧିତ ବ୍ୟୟବରାଦ

ପ୍ରତିଷ୍ଠା ହେବ ୭୫ଟି ବାହନ ‘ସ୍କ୍ରାପିଂ ସେଣ୍ଟର୍‌’

ନୂଆଦିଲ୍ଲୀ : ଓଡ଼ିଶାର ମାଓ ପ୍ରଭାବିତ ଅଂଚଳରେ ସଡ଼କ ନିର୍ମାଣ ପାଇଁ ସଂଶୋଧିତ ବ୍ୟୟ ବରାଦ କରାଯାଇଛି। ‘ଏଲ୍‌ଡବ୍ଲ୍ୟୁ’ ଯୋଜନାରେ ଅଣଆଦିବାସୀ ଉପଯୋଜନା ଅଧୀନରେ ଆବଣ୍ଟନ କରାଯାଇଥିବା ୭ କୋଟି ଟଙ୍କାରେ ଆଉ ୧୩ କୋଟି ଟଙ୍କା ଯୋଡ଼ାଯାଇଛି। ସେହିଭଳି ଏଲ୍‌ଡବ୍ଲ୍ୟୁ ଯୋଜନାରେ ଆଦିବାସୀ ଉପଯୋଜନା ଅଧୀନରେ ଓଡ଼ିଶାକୁ ପ୍ରଥମେ ଆବଣ୍ଟନ କରାଯାଇଥିବା ୩୭ କୋଟି ଟଙ୍କାରେ ସଂଶୋଧନ କରାଯାଇ ଆଉ ୭ କୋଟି ଟଙ୍କା ବଢ଼ାଯାଇଛି। ଦୁଇଟି ଯୋଜନାରେ ଓଡ଼ିଶାର ସଂଶୋଧିତ ବ୍ୟୟବରାଦ ୬୪ କୋଟି କରାଯାଇଛି।

ପ୍ରତିଷ୍ଠା ହେବ ୭୫ଟି ବାହନ ‘ସ୍କ୍ରାପିଂ ସେଣ୍ଟର୍‌’
ନୂଆଦିଲ୍ଲୀ : ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଅଟୋମୋବାଇଲ୍‌ ସ୍କ୍ରାପେଜ୍‌ ନୀତିର ଶୁଭାରମ୍ଭ କରାଯାଇଛି। ପୁରୁଣା ବାହନଗୁଡ଼ିକୁ ଅନୁପଯୋଗୀ ଘୋଷଣା ପରେ ଯେଉଁମାନେ ସ୍କ୍ରାପ୍‌ ସଂଗ୍ରହ କରିବେ ସରକାର ସେମାନଙ୍କୁ‘କଲେକସନ୍‌ ଏଜେଣ୍ଟ୍‌’ ରୂପେ ଦାୟିତ୍ବ ଦେବେ। କଲେକସନ୍‌ ଏଜେଣ୍ଟ୍‌ ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ ସେଣ୍ଟରରେ ପହଞ୍ଚାଇବା ପାଇଁ ଉପଭୋକ୍ତାମାନଙ୍କୁ ସାହାଯ୍ୟ କରିବେ।

ଆଗାମୀ ଚାରି ବର୍ଷରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ୭୫ଟି ପଂଜୀକୃତ ବାହନ ସ୍କ୍ରାପିଂ ସେଣ୍ଟର (ଆର୍‌ବିଏସ୍‌ଏସ୍‌) ପ୍ରତିଷ୍ଠା କରାଯିବ। ଏଗୁଡ଼ିକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ପିପିପି ମୋଡ୍‌ରେ ପ୍ରତିଷ୍ଠା କରିବେ। ଏଥି ସହିତ ୭୫ଟି ସ୍ବୟଂକ୍ରିୟ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଏହି କେନ୍ଦ୍ରମାନଙ୍କରେ ପୁରୁଣା ବାହନଗୁଡିକର ସ୍ବୟଂକ୍ରିୟ ପରୀକ୍ଷା କରାଯିବ। ଯେଉଁଠି ଗାଡ଼ି ସଡ଼କ ଉପରେ ଚଳାଚଳ ପାଇଁ ଯୋଗ୍ୟ କି ନୁହେଁ ଜଣାପଡ଼ିବ। ପରୀକ୍ଷାରେ ବିଫଳ ହେଲେ ବାହନଗୁଡ଼ିକୁ ଆର୍‌ବିଏସ୍‌ଏସ୍‌ ପଠାଯିବ।

ସମ୍ବନ୍ଧିତ ଖବର