ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ ବିଭିନ୍ନ ମହଲରେ ସ୍ବାଗତ

ନୂଆଦିଲ୍ଲୀ : ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏହା କୃଷିକ୍ଷେତ୍ର ସମେତ ଦେଶର ଖାଦ୍ୟସାମଗ୍ରୀ ବିପଣନ ତଥା ବିତରଣ କ୍ଷେତ୍ରରେ ବ୍ୟାପକ ସୁଧାର ଆଣିପାରିବ ବୋଲି ଅଂଶୀଦାରମାନେ ମତପ୍ରକାଶ କରିଛନ୍ତି।

ବାଲେଶ୍ବର ଜିଲ୍ଲା ପାଖର ପଂଚାୟତର ସରପଂଚ ତ୍ରିଲୋଚନ ପାଣିଗ୍ରାହୀ କହିଛନ୍ତି ଯେ, ଆଳୁ, ଡାଲି ଜାତୀୟ ଫସଲ ଉପରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଉଚ୍ଛେଦ କରିବା ଲାଗି ଗତକାଲି କେନ୍ଦ୍ର ସରକାର ଯେଉଁ ଐତିହାସିକ ନିଷ୍ପତି ନେଇଛନ୍ତି। ଏହାଦ୍ବାରା କୃଷକମାନେ ନିଜ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବେ ଏବଂ ଅଧିକ ସାମଗ୍ରୀ ଉତ୍ପାଦନ ପ୍ରତି ସେମାନଙ୍କର ଆଗ୍ରହ ବଢ଼ିବ। କୃଷି କ୍ଷେତ୍ରରେ ଅଧିକ କୃଷକମାନଙ୍କର ସମ୍ପୃକ୍ତି ବଢ଼ିବ।

ଏଠାରେ ସୂଚନାଯୋଗ୍ୟ ଯେ ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯାଇଛି। ଫଳରେ ଉତ୍ପାଦନ, ଭଣ୍ତାରଣ, ଲୋଡିଂ, ବିତରଣ ଏବଂ ଯୋଗାଣ କରିବାର ସ୍ବାଧୀନତା ମିଳିବ। ଯାହା ଉତ୍ପାଦନ ବୃଦ୍ଧି କରିବା ସହିତ କୃଷି କ୍ଷେତ୍ରକୁ ଘରୋଇ/ପ୍ରତ୍ୟକ୍ଷ ନିବେଶ ଆକୃଷ୍ଟ ହେବ। ଶୀତଳଭଣ୍ତାରରେ ନିବେଶ ବଢ଼ିବ ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ)ର ଆଧୁନିକୀକରଣରେ ସହାୟତା ମିଳିପାରିବ। ଏହା କୃଷି କ୍ଷେତ୍ରରେ ଆମୂଳଚୁଳ ପରିବର୍ତନ ଆଣିବା ଏବଂ କୃଷକମାନଙ୍କ ଆୟ ବଡ଼ାଇବା ଦିଗରେ କେନ୍ଦ୍ର ସରକାରଙ୍କର ଏକ ଦୂରଦର୍ଶୀ ପଦକ୍ଷେପ।

ସମ୍ବନ୍ଧିତ ଖବର