ବୈଦ୍ୟୁତିକ ଯାନ ଚାର୍ଜିଂ ଭିତ୍ତିଭୂମି ନୀତିରେ ସଂଶୋଧନ

ନୂଆଦିଲ୍ଲୀ : କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ଯାନ(ଇଭି)ର ଚାର୍ଜିଂ ଭିତ୍ତିଭୂମି ସଂକ୍ରାନ୍ତ ନୀତିର ସଂଶୋଧନ କରାଯାଇଛି। ଏଥି ସହିତ ଏ କ୍ଷେତ୍ରରେ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଓ ମାନକ ଜାରି କରାଯାଇଛି । ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଜାନୁୟାରୀ ୧୪ତାରିଖରେ ଏ ସମ୍ପର୍କରେ ଯେଉଁ ନୀତି ପ୍ରଣୀତ ହୋଇଥିଲା ତାହା ବଦଳିଛି।

ସଂଶୋଧିତ ନୂଆ ବ୍ୟବସ୍ଥାରେ ଅନୁଯାୟୀ, ସର୍ବସାଧାରଣ ଚାର୍ଜିଂ ଷ୍ଟେସନରେ ସର୍ଭିସ ଚାର୍ଜ ସଂଗ୍ରହ ବ୍ୟବସ୍ଥା ରହିବ । ଏଥିରେ ଦିନର ନିର୍ଦ୍ଦିଷ୍ଟ ସମୟର ରେଟ୍ ଓ ସୌର ଆୱାର ବା ସୋଲାର ଆୱାର ପାଇଁ ଡିସକାଉଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ଅଧୀନରେ ଏକ କମିଟି ସମୟାନ୍ତରରେ ରାଜ୍ୟମାନଙ୍କୁ ପାରା ୮.୨ ଅନୁସାରେ ସର୍ଭିସ ଚାର୍ଜ ଆଦାୟ କରିବାକୁ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରିବାକୁ ସୁପାରିସ୍ କରିବ। ଏହି କମିଟି ମଧ୍ୟ ଦିନର ସମୟ (ଟାଇମ୍ ଅଫ ଦି ଡେ) ରେଟ ସର୍ଭିସ ଚାର୍ଜର୍ ପାଇଁ କେତେ ହେବ ତାହା ସୁପାରିସ୍ କରିବ । ଆହୁରି ମଧ୍ୟ ସୋଲାର ଆୱାର ଡିସକାଉଣ୍ଟ ରେଟ୍ କେତେ ରହିବ ତାହା ମଧ୍ୟ କମିଟିର ସୁପାରିସ୍ ଆଧାରରେ ନିର୍ଦ୍ଧାରିତ ହେବ।

ସମ୍ବନ୍ଧିତ ଖବର