ଆମେରିକା: ବାତ୍ୟାରେ ୨୩ ମୃତ

ନୂଆଦିଲ୍ଲୀ : ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିବାତ୍ୟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଏବେ ନିଖୋଜ ଅଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ବାତ୍ୟାର ପ୍ରକୋପ ବଢ଼ୁଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବ ବୋଲି କୁହାଯାଉଛି। ବାତ୍ୟା ପାଇଁ ଦକ୍ଷିଣ ଆମେରିକାରେ ପରିସ୍ଥିତି ଅତି ଜଟିଳ ହୋଇଯାଇଛି। ପ୍ରବଳ ଶୀତ ମଧ୍ୟରେ ସାମୁଦ୍ରିକ ଝଡ଼ ଅତି ସାଂଘାତିକ ସମସ୍ୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର