ଚୀନ୍‌କୁ ଆମେରିକାର ପରାମର୍ଶ: ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ଜରୁରୀ

ଓ୍ଵାସିଂଟନ୍‌: ଜୈଶ ଏ ମହମ୍ମଦ୍‌ ମୁଖ୍ୟ ଆତଙ୍କବାଦୀ ମାସୁଦ ଆଝାର ଅସଲ ଖଳନାୟକ। ଭାରତ-ଚୀନ୍‌ ସଂପର୍କ ଏହି ଆତଙ୍କବାଦୀ ଦ୍ୱାରା ପ୍ରଭାବିତ ହୋଇଛି । ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ଉଚିତ୍‌ ବୋଲି ଆମେରିକା କହିଛି। ମାସୁଦ୍‌ ଆଝାରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ଜାତିସଂଘରେ ଭାରତର ପ୍ରସ୍ତାବକୁ ଚୀନ୍‌ ବାରମ୍ବାର ବିରୋଧ କରି ଆସୁଥିବାରୁ ଆଜି ଆମେରିକା ଏହା କହିଛି। ପଠାନକୋଟ୍‌ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯିବାକୁ ଚୀନ୍‌ ବିରୋଧ କରୁଛି। ଜାତିସଂଘ ସୁରକ୍ଷା ପରିଷଦରେ ଚୀନ୍‌ ବାରମ୍ବାର ଭିଟୋ ପ୍ରୟୋଗ କରି ଏହି ପ୍ରସ୍ତାବକୁ ଖଣ୍ଡନ କରିଥିବାରୁ ଆଜି ଆମେରିକା ବିଦେଶ ବିଭାଗର ପ୍ରବକ୍ତା ହିଥର ନରେଟ୍‌ ଏନେଇ ଚୀନ୍‌ ସରକାରଙ୍କଠୁ ଉତ୍ତର ମାଗିଛନ୍ତି। ନରେଟ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଝାର ଏବଂ ଜେଇଏମ୍‌ ପାଇଁ ନୂଆ କଟକଣା ଲାଗୁ କରିବାନେଇ ଆଲୋଚନା ଜାରି ରହିଛି। ଆମେରିକା ଆଇନ ଅନୁସାରେ ମାସୁଦ ଏବଂ ଜେଇଏମ୍‌କୁ ବିଦେଶୀ ଆତଙ୍କବାଦୀ ଭାବେ ବିଚାର କରାଯାଇଛି। ଉଲ୍ଲେଖଯୋଗ୍ୟ ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ରୂପେ ଘୋଷଣା କରିବା ଲାଗି ଚୀନ୍‌କୁ ଛାଡ଼ି ଜାତିସଂଘର ଅନ୍ୟ ସମସ୍ତ ସ୍ଥାୟୀ ସଦସ୍ୟ ସମର୍ଥନ ଦେଉଥିଲେ ସୁଦ୍ଧା ଚୀନ୍‌ ଏହାକୁ ବାରମ୍ବାର ଭିଟୋ ପ୍ରୟୋଗ କରି ଖଣ୍ଡନ କରି ଆସିଛି। ଜାତିସଂଘର ସମସ୍ତ ସଦସ୍ୟଙ୍କ ମଧ୍ୟରୁ ଚୀନ୍‌କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ମାସୁଦ ଆଝାର ଉପରେ କଟକଣା ଲଗାଇବାକୁ ସମର୍ଥନ କରୁଛନ୍ତି।

ସମ୍ବନ୍ଧିତ ଖବର