ମସ୍କୋ : ଆମେରିକା ଏବଂ ପଶ୍ଚିମ ରାଷ୍ଟ୍ର ସାରା ବିଶ୍ବକୁ ଶାସନ କରିବା ଏବଂ ଦମନ କରିବାପାଇଁ ଯେଉଁ ଅଭିଳାଷ ରଖିଛି ତାହା ହିଁ ୟୁକ୍ରେନ୍ ଯୁଦ୍ଧର ମୂଳ କାରଣ। ଏକ ସାକ୍ଷାତକାରରେ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭରୋଭ ଏଭଳି ଟିପ୍ପଣୀ ଦେଇଛନ୍ତି। ଲାଭରୋଭ କହିଛନ୍ତି, ସେମାନେ ବିଶ୍ବକୁ ଦେଖାଇବାକୁ ଚାହିଥିଲେ ଯେ, ବିଶ୍ବରେ ଅନ୍ୟ କୌଣସି ଶକ୍ତି ରହିବନି, କେବଳ ଗୋଟିଏ ଶକ୍ତି ରହିବ। ଆମ ସୀମାରେ ସେମାନେ ୟୁକ୍ରେନ୍କୁ ଆମ ବିରୋଧରେ ଠିଆ କଲେ।
ସେମାନେ ୟୁକ୍ରେନ୍କୁ ଅସ୍ତ୍ର ପଠାଇଛନ୍ତି। ଲାଭରୋଭ କହିଛନ୍ତି, ଯୁଦ୍ଧର ମୂଳ କାରଣ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅଧିକାଂଶ ରାଷ୍ଟ୍ର ଆତ୍ମସନ୍ତୁଷ୍ଟି ଲାଭ କରିବା। ରୁଷ୍ ନେତୃବୃ୍ନ୍ଦଙ୍କ ନିକଟରେ ସେମାନେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ଭଙ୍ଗ କରିଛନ୍ତି ଏବଂ ନାଟୋ ଆଡ଼କୁ ମୁହାଁଇଛନ୍ତି। ତେବେ ୟୁକ୍ରେନ୍ରେ ରୁଷ୍ ପରମାଣୁ ଅସ୍ତ୍ର ବ୍ୟବହାର କରିବନି ବୋଲି ବିଦେଶ ମନ୍ତ୍ରୀ ଲାଭରୋଭ କହିଛନ୍ତି। ଯୁଦ୍ଧ ଅପରାଧ ଅଭିଯୋଗ ବିରୋଧରେ ଲାଭରୋଭ କହିଛନ୍ତି, ରୁଷ୍ ସେନା କେବଳ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିଛି। ସାଧାରଣ ନାଗରିକଙ୍କୁ ଏହା ଟାର୍ଗେଟ୍ କରିନାହିଁ। ୟୁକ୍ରେନ୍ ସେନା ନାଗରିକଙ୍କୁ ମଣିଷ ଢାଲ ଭାବେ ବ୍ୟବହାର କରୁଛି ବୋଲି ଲାଭରୋଭ କହିଛନ୍ତି।