ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆମେରିକା ଦେଉଛି ଦୁଇଟି ମିସାଇଲ୍‌ ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ: ଭାରତରକୁ ପ୍ରଥମ ଥର ମିସାଇଲ ଡିଫେନ୍ସ ସିଷ୍ଟମ ବିକ୍ରି କରିବା ପାଇଁ ଆମେରିକା ରାଜି ହୋଇଛି। ଆମେରିକା ଷ୍ଟେଟ ଅଫ ଦ ଆର୍ଟ ମିସାଇଲ ସିଷ୍ଟମ ଏୟାର ଇଣ୍ଡିଆ ଓ୍ଵାନ୍‌କୁ ବିକ୍ରି କରିବାକୁ ମଞ୍ଜୁରି ଦେଇଛି। ଏୟାର ଇଣ୍ଡିଆ ଓ୍ଵାନ୍‌ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବିମାନ ସୁରକ୍ଷାରେ ଲାଗିଥିବା ସିଷ୍ଟମ ନାମ। ଏହି ସିଷ୍ଟମର ମୂଲ୍ୟ ୧୯୦ ମିଲିୟନ ଡଲାର (ଅର୍ଥାତ୍‌ ୧୩୬୦କୋଟି ଟଙ୍କା) ରହିଛି। ଏହି ପଦକ୍ଷେପ ଦ୍ୱାରା ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବିମାନ ଯାତ୍ରାର ସୁରକ୍ଷା ବୃଦ୍ଧି ପାଇ ପାରିବ।

ଭାରତ ସରକାର ଖୁବ୍‌ଶୀଘ୍ର ଦୁଇଟି ବୋଇଙ୍ଗ ବିମାନ କିଣିବାକୁ ଯାଉଛନ୍ତି। ଏହି ମିସାଇଲ୍‌ ଡିଫେନ୍ସ ସିଷ୍ଟମକୁ ବୋଇଙ୍ଗ-୭୭୭ ଏୟାରକ୍ରାପ୍ଟରେ ଖଞ୍ଜା ଯିବ।

ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ମିସାଇଲ୍‌ ବିକ୍ରି ଆମେରିକା ଓ ଭାରତର ସାମରିକ ସମ୍ପର୍କକୁ ଦୃଢ଼ କରିବାରେ ସାହାଯ୍ୟ କରିବା ସହିତ ଆମେରିକାର ବିଦେଶ ନୀତି ଓ ରାଷ୍ଟ୍ରୀୟ ସୁରକ୍ଷାକୁ ଏକ ନୂଆ ଦିଗରେ ନେଇଯିବ। ଆମେରିକା ଭାରତକୁ ନିଜର ମୁଖ୍ୟ ରକ୍ଷା ସହଯୋଗୀ ମାନିଥାଏ। ଏହି କାରଣ ହେତୁ ଆମେରିକା ଭାରତକୁ ଟେକ୍‌ନିକ୍‌ ଦେଉଛି।

ସମ୍ବନ୍ଧିତ ଖବର