ଭାରତୀୟ ସଙ୍ଗୀତରେ ଝୁମିଲେ ଆମେରିକୀୟ ସୈନ୍ୟ

ନୂଆଦିଲ୍ଲୀ: ଆମେରିକାର ମେକକୋରଡ଼ରେ ଚାଲିଥିବା ଭାରତ ଓ ଆମେରିକା ସୈନିକଙ୍କ ମିଳିତ ଯୁଦ୍ଧାଭ୍ୟାସରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି | ଆଜି ଦୁଇ ଦେଶର ସୈନିକ ଭାରତୀୟ ସଙ୍ଗୀତରେ ଝୁମୁଥିବାର ଦେଖିବାକୁ ମିଳିଛି | ଆସାମ ରେଜିମେଣ୍ଟର ମାର୍ଚିଙ୍ଗ ଗୀତ ‘ବଦଲୁରାମ କା ବଦନ’ ଗୀତରେ ଆମେରିକୀୟ ସୈନିକମାନେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି |

ଏହି ଗୀତ ସହ ଭାରତୀୟ ଯବାନଙ୍କର ଖାସ ସମ୍ପର୍କ ରହିଛି | ଏହି ଗୀତ ପଛରେ ଏମିତି ଏକ ପ୍ରେରଣାଦାୟୀ କାହାଣୀ ଲୁଚି ରହିଛି, ଯାହାକି ଭାରତୀୟ ଯବାନଙ୍କୁ ସବୁବେଳେ ପ୍ରେରଣା ଦିଏ |


ଏହି ଗୀତ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ସେନା ସହ ସଂଘର୍ଷ କରୁଥିବାବେଳେ ସହିଦ ହୋଇଥିବା ରାଇଫଲମ୍ୟାନ ବଦଲୁରାମଙ୍କୁ ସମର୍ପିତ କରାଯାଇଛି | ଆସାମ ରେଜିମେଣ୍ଟ ଗତ ୭୦ ବର୍ଷ ଧରି ଏହି ଗୀତ ଗାଇ ଆସୁଥିବାବେଳେ ଆମେରିକାରେ ମଧ୍ୟ ଯବାନ ମାନେ ମଧ୍ୟ ଏହି ଗୀତରେ ଝୁମିଛନ୍ତି |

ସମ୍ବନ୍ଧିତ ଖବର