ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତଠାରୁ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଚାହିଛନ୍ତି। ଭାରତ ଗତ ମାସରେ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଔଷଧ ରପ୍ତାନି ଉପରେ ରୋକ ଲଗାଇ ଦେଇଛି। ତେବେ ଆମେରିକା ଏହି ଔଷଧ ପାଇଁ ଭାରତକୁ ପୂର୍ବରୁ ଯେଉଁ ଚାହିଦା କଥା ଜଣାଇଥିଲା, ସେହି ମୁତାବକ ତାହା ଦେବାପାଇଁ ରାଷ୍ଟ୍ରପତି ଟ୍ରମ୍ପ୍ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ଶନିବାର ସକାଳେ ସେ ମୋଦୀଙ୍କ ସହ କଥା ହୋଇଥିଲେ ଏବଂ ଆମେରିକାକୁ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଦେବାପାଇଁ ଅନୁରୋଧ କରିଥିଲେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯାହା ସମ୍ଭବ ତାହା ଆମେ କରିବୁ। ଭାରତ ଏକ ଦାୟିତ୍ବସମ୍ପନ୍ନ ରାଷ୍ଟ୍ର। ପ୍ରଥମେ ଭାରତର ୧୩୦ କୋଟି ଜନସାଧାରଣଙ୍କ ପାଇଁ ଔଷଧ ମହଜୁଦ୍ ରଖିବା ପରେ ଆମେ ଏବାବଦରେ ନିଷ୍ପତ୍ତି ନେବୁ ବୋଲି ମୋଦୀ କହିଛନ୍ତି। ତେବେ ସରକାରୀ ସୂଚନାନୁଯାୟୀ ଭାରତ ଯେ କୌଣସି ବଡ଼ ସଙ୍କଟର ମୁକାବିଲା ପାଇଁ ଏହାର ନାଗରିକଙ୍କ ନିମନ୍ତେ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଔଷଧ ମହଜୁଦ୍ ରହିଛି। ପ୍ରଥମେ ଭାରତର ଆବଶ୍ୟକତା ପୂରଣ ହେବା ପରେ ଏହି ଔଷଧ ରପ୍ତାନୀ ଉପରୁ କଟକଣା ହଟିବ । ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ବିଶ୍ବର ଅନ୍ୟ ରାଷ୍ଟ୍ର ପରି ଭାରତରେ ବି କରୋନା ପାଇଁ ଟିକା ବାହାର କରିବାକୁ ଜୋର୍ଦାର ପ୍ରୟାସ ଜାରି ରହିଛି।
ଭାରତକୁ ଔଷଧ ମାଗିଲେ ଟ୍ରମ୍ପ୍, ମୋଦୀ କହିଲେ ଯାହା ସମ୍ଭବ କରିବୁ
/sambad/media/post_attachments/wp-content/uploads/2019/05/Trump-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)