ଆଫଗାନିସ୍ତାନରେ ଆମେରିକାର ବିମାନ ଆକ୍ରମଣ : ୫୦ ତାଲିବାନ ଯୋଦ୍ଧା ନିହତ

କାବୁଲ୍‌, : ଆଫଗାନିସ୍ତାନର ସର୍‌-ଏ-ପୁଲ୍‌ ପ୍ରଦେଶରେ ବିଦ୍ରୋହୀ

ତାଲିବାନ ଯୋଦ୍ଧାଙ୍କ ଉପରେ ଆମେରିକାର ବାୟୁସେନା ବିମାନ ଆକ୍ରମଣ କରିଛି। ମଙ୍ଗଳବାର ସର୍‌-ଏ-ପୁଲ୍‌ର ସଞ୍ଚାରକ ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ଅତି କମ୍‌ରେ ୫୦ ଜଣ ତାଲିବାନ୍‌ ଯୋଦ୍ଧା ନିହତ ହୋଇଥିବା ବେଳେ ଆଉ ୪୦ ଜଣ ଆହତ ହୋଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ସଞ୍ଚାରକ ଜିଲ୍ଲାର ତାଲିବାନ ଉପମୁଖ୍ୟ କାରି ସେର୍‌ ମହମ୍ମଦଙ୍କ ସମେତ ଅନେକ କମାଣ୍ଡର ରହିଥିବା କୁହାଯାଉଛି। ଆଫଗାନ ସେନା ଅଧୀନରେ ସଂଘଟିତ ଏହି ଆକ୍ରମଣରେ ବିଦ୍ରୋହୀମାନଙ୍କର ଅନେରକ ଗାଡ଼ିମୋଟର ମଧ୍ୟ ଧ୍ୱଂସ ହୋଇଯାଇଛି।
ସୂଚନା ଥାଉ କି, ଆଫଗାନିସ୍ତାନର ନଙ୍ଗରହର ପ୍ରଦେଶରେ ଉପଦ୍ରବ ଚଳାଇଥିବା ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପାଇଁ ସେନା ପକ୍ଷରୁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟତଃ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଏବଂ ତାଲିବାନ ବିରୋଧରେ ଆଫଗାନ୍‌ ସେନା ଚଳାଇଥିବା ଏହି ଅଭିଯାନକୁ ଆମେରିକାର ବାୟୁସେନା ପୂର୍ଣ୍ଣ ସହଯୋଗ କରୁଛି।

ସମ୍ବନ୍ଧିତ ଖବର