ଓ୍ଵାସିଂଟନ: ସିରିୟାରେ ଆମେରିକା ସ୍ଥଳସେନା ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଗତକାଲି ହୋଇଥିବା ଆକ୍ରମଣରେ ୧ଶହରୁ ଅଧିକ ସିରିୟା ସରକାରୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଆମେରିକା ଅଧିକାରୀଙ୍କ କହିବା ମୁତାବକ ଆକ୍ରମଣରେ ତୋପ,ଟ୍ୟାଙ୍କ, ରକେଟ ଲଞ୍ଚର ଓ ମୋର୍ଟାର ବ୍ୟବହାର କରାଯାଇଥିଲା। ଆମେରିକାର ଏଭଳି ଆକ୍ରମଣକୁ ନେଇ ରୁଷ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଆମେରିକା ଯୁଦ୍ଧ ନିୟମର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ବିରୋଧରେ ସଂଗ୍ରାମ ପାଇଁ ସିରିୟାରେ ୨ହଜାର ଆମେରିକୀୟ ସୈନ୍ୟଙ୍କୁ ନିଯୁକ୍ତ କରାଯାଇଛି।
ସିରିୟାରେ ଆମେରିକା ଆକ୍ରମଣ: ଶତାଧିକ ସିରିୟା ସୈନ୍ୟ ନିହତ
/sambad/media/post_attachments/wp-content/uploads/2018/02/bombing_0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)