ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନ ସହିତ ସମସ୍ତ ଅସ୍ତ୍ର କାରବାର ବାତିଲ କଲା ଆମେରିକା

କାବୁଲ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବାର ୩ଦିନ ପରେ ବଡ଼ ନିଷ୍ପତ୍ତି ନେଇଛି ଆମେରିକା। ଆଫଗାନିସ୍ତାନ ସହ ସମସ୍ତ ଅସ୍ତ୍ର କାରବାରକୁ ସ୍ଥଗିତ ରଖିଛି ବାଇଡେନ ପ୍ରଶାସନ। ତାଲିବାନ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ଏହା କରାଯାଇଛି। ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ମଧ୍ୟ ଆମେରିକା ସରକାର ଏକ ବିଜ୍ଞପ୍ତି ପଠାଇଛନ୍ତି। ପ୍ରତିରକ୍ଷା କଣ୍ଟ୍ରାକ୍ଟରମାନଙ୍କୁ ବିଜ୍ଞପ୍ତିରେ ଆମେରିକାର ବୈଦେଶିକ ବିଭାଗର ରାଜନୈତିକ / ସାମରିକ ବ୍ୟାପାର ବ୍ୟୁରୋ କହିଛି ଯେ, ଆଫଗାନିସ୍ତାନକୁ ପଠାଯିବାକୁ ଥିବା ଅସ୍ତ୍ରଶସ୍ତ୍ର ବର୍ତ୍ତମାନ ସ୍ଥଗିତ ରଖାଯାଉ।

ଏହାସହ ବିଜ୍ଞପ୍ତିରେ ଲେଖାଯାଇଛି ଯେ, ଆଫଗାନିସ୍ତାନର ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି। ପ୍ରତିରକ୍ଷା ବିକ୍ରୟ ନିର୍ଦ୍ଦେଶାଳୟ ବର୍ତ୍ତମାନ ସମସ୍ତ ବିଚାରାଧୀନ ଏବଂ ଜାରି କରାଯାଇଥିବା ରପ୍ତାନି ଲାଇସେନ୍ସ ଉପରେ ଦୃଷ୍ଟି ରଖିଛି। ଆଗାମୀ ଦିନରେ ସରକାର ଅସ୍ତ୍ରଶସ୍ତ୍ର ପଠାଯିବା ନେଇ ଯାହା ନିଷ୍ପତ୍ତି ନେବେ, ସେନେଇ ପ୍ରତିରକ୍ଷା କଣ୍ଟ୍ରାକ୍ଟରମାନଙ୍କୁ ସୂଚନା ଦିଆଯିବ।

अमेरिका के राष्ट्रपति जो बाइडेन (फाइल फोटो)
aajtak.in

ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଫଗାନିସ୍ତାନର ଦ୍ରୁତ ପରିବର୍ତ୍ତନଶୀଳ ସ୍ଥିତି ଉପରେ ନଜର ରଖିଛନ୍ତି। ଆସନ୍ତା ସପ୍ତାହରେ ଉଭୟ ଏନେଇ ଏକ ଡିଜିଟାଲ୍ ବୈଠକ କରିବେ। ଶରଣାର୍ଥୀ ତଥା ଅନ୍ୟ ଆଫଗାନିସ୍ତାନ ନାଗରିକମାନଙ୍କୁ କିପରି ବିଶ୍ୱବ୍ୟାପୀ ସହାୟତା ଯୋଗାଇ ଦିଆଯିବ ସେ ବିଷୟରେ ବୈଠକରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର