ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ଏବେ ପୂରା ବିଶ୍ବ ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। ଏହି ଭାଇରସ୍ ଚୀନ୍ର ଉହାନ୍ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି। ଏହି ମାମଲାକୁ ନେଇ ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଚୀନ୍ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି। ଆମେରିକା ଉଭୟ ଜାତିସଂଘ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଭୂମିକାକୁ କଡ଼ା ସମାଲୋଚନା କରିଥିବା ବେଳେ ଚୀନ୍ ଉଭୟ ସଂସ୍ଥାକୁ ଭୂୟସୀ ପ୍ରଶଂସା କରିଛି। ଆମେରିକା କରୋନା ଭାଇରସ୍କୁ ଉହାନ ଭାଇରସ୍ ବୋଲି କହିବା ସହ ଚୀନ୍ ଠିକ୍ ସମୟର ଭାଇରସ୍ ନେଇ ବିଶ୍ବକୁ ଅବଗତ କରିନଥିଲା ଏବଂ ସଂକ୍ରମଣ ବିଭିନ୍ନ ରାଷ୍ଟ୍ରକୁ ବ୍ୟାପିବା ପରେ ହିଁ ଚୀନ୍ ଏ ସଂପର୍କରେ ଜଣାଇଥିଲା ବୋଲି ଆମେରିକା କହିଛି। ତେବେ ଚୀନ୍ ଏହାକୁ ଖଣ୍ଡନ କରିଛି ଏବଂ ଭାଇରସ୍ ସଂପର୍କରେ ଜଣାପଡ଼ିବା ମାତ୍ରେ ହିଁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛି। ତେବେ ଚୀନ୍ ସତ୍ୟ ଲୁଚାଇଛି ଏବଂ ବାରମ୍ବାର ମିଥ୍ୟା ଖବର ପ୍ରଚାର କରି ବିଶ୍ବକୁ ବିଭ୍ରାନ୍ତ କରିଛି ବୋଲି ଆମେରିକା କହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚୀନ୍ ସହିତ ହାତ ମିଳାଇ ବହୁତ ବଡ଼ ଅନର୍ଥ ସୃଷ୍ଟି କରିଛି ବୋଲି ଆମେରିକା ଅଭିଯୋଗ କରିଛି।
ଜାତିସଂଘ ସୁରକ୍ଷା ପରିଷଦ ବୈଠକ: କରୋନାର ଉତ୍ପତ୍ତିକୁ ନେଇ ଆମେରିକା-ଚୀନ୍ ମୁହାଁମୁହିଁ
/sambad/media/post_attachments/wp-content/uploads/2020/04/fhdfshfd89h7f8h7f98sh7s98fh7s98fh7s98fhsfhsfhsfhsfhhsfhhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)