୧୪ ହଜାର ଟଙ୍କା ଖର୍ଚ୍ଚ କରି କୋରିୟରରେ ନିଜ ଦେଶର ମାଟି ମଗାଇଲେ ଯବାନ

ନ୍ୟୁୟର୍କ: ଦେଶର ମାଟିର ମୂଲ୍ୟ ଜଣେ ଯବାନ ପାଇଁ କେତେ ମହତ୍ତ୍ୱ ରଖିଥାଏ ତାହା କେବଳ ଜଣେ ଯବାନ ହିଁ ଅନୁଭବ କରିପାରିଥାଏ | ଯେତେବେଳେ ଦେଶର ଲୋକ ନିଘୋଡ଼ ନିଦରେ ଶୋଇଥାନ୍ତି ସେତେବେଳେ ଦେଶବାସୀଙ୍କ ସୁରକ୍ଷା ପାଇଁ ଖରା, ବର୍ଷା. ଶୀତ କାକରରେ ଯବାନଟିଏ ପହରା ଦେଇଥାଏ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯବାନଙ୍କ କାହାଣୀ କହିବୁ ଯିଏ କି ନିଜ ଦେଶପ୍ରେମର ଝଲକ ଏଭଳି ଦେଖାଇଛନ୍ତି ଯାହାକୁ କେବେ କେହି କଳ୍ପନା କରିପାରିବେ ନାହିଁ | ଆମେରିକା ସେନାରେ ଜଣେ ପାରାଟ୍ରୁପର ଯବାନ ଭାବେ ମୁତୟନ ଥିଲେ ଟୋନି ଟ୍ରେକୋନି |

photo-Twitter

ଟୋନିଙ୍କ ପତ୍ନୀ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ଟୋନି ଇଟାଲୀର ପଦୁଆ ପ୍ରାନ୍ତରେ ମୁତୟନ ଥିଲେ | ଏହି ଅଞ୍ଚଳ ଟୋନିଙ୍କର ସହରଠାରୁ ବହୁ ଦୂରରେ ଥିଲା | ଟୋନି ଆଶା କରିଥିଲେ ଯେ ଛୁଆ ଜନ୍ମ ହେବା ବେଳକୁ ସେ ନିଜ ଦେଶକୁ ଫେରିଯାଇଥିବେ | କିନ୍ତୁ ଟୋନିଙ୍କର ଇଟାଲୀରେ କାର୍ଯ୍ୟକାଳ ବଢିଯାଇଥିଲା | ଯାହାଫଳରେ ସେ ନିଜ ଦେଶ ଆମେରିକାକୁ ଫେରିପାରିନଥିଲେ | ଏହା ଦେଖି ଟୋନି ସ୍ୱପ୍ନ ଦେଖିଥିଲେ ଯେ ତାଙ୍କ ଛୁଆ ଯେତେବେଳେ ଜନ୍ମ ହେବ ସେତେବେଳେ ସେ ଯେମିତି ନିଜ ଦେଶର ମାଟିରେ ହିଁ ପାଦ ଦେବ | ଏଥିପାଇଁ ପତ୍ନୀଙ୍କର ପ୍ରସବର ମାସକ ପୂର୍ବରୁ ଟୋନି ନିଜ ସହର ଟେକସାସରୁ ମାଟି ଇଟାଲିକୁ ମଗାଇଥିଲେ |

Photo-twitter

କୋରିୟର ମାଧ୍ୟମରେ ମାଟି ମଗାଇବାକୁ ଟୋନିଙ୍କୁ ପ୍ରାୟ ୨୦୦ ଡ଼ଲାର(୧୪ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡିଥିଲା | ଶେଷରେ ଯୋଜନା ମୁତାବକ ଆମେରିକାର ଟେକସାସରୁ କୋରିୟର ମାଧ୍ୟମରେ ଇଟାଲିକୁ ମାଟି ଆସିଥିଲା | ଏହା ପରେ ପ୍ରସବ ସମୟରେ ଟୋନି ପତ୍ନୀଙ୍କ ମେଡିକାଲ ଶଯ୍ୟା ତଳେ ଏହି ମାଟିକୁ ରଖିଥିଲେ | ଯେତେବେଳେ ତାଙ୍କ ଛୁଆ ଜନ୍ମ ହୋଇଥିଲା ସେତେବେଳେ ଛୁଆଟି ଏହି ମାଟି ଉପରେ ପାଦ ରଖିଥିଲା | ଏହା ପରେ ଟୋନିଙ୍କ ଦେଶର ମାଟିକୁ ନେଇ ଦେଖିଥିବା ସ୍ୱପ୍ନ ସାର୍ଥକ ହୋଇଥିଲା |

ସମ୍ବନ୍ଧିତ ଖବର