ୱାସିଂଟନ୍ : ବିଶ୍ବବ୍ୟାପୀ ଏବେ ୫ ଲକ୍ଷ ୪୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଆମେରିକାରେ ଏହି ସଂଖ୍ୟା ୮୬,୦୦୦ରେ ପହଞ୍ଚିଛି। କରୋନା ଭାଇରସ୍ ସଂକ୍ରମଣ ମାମଲାରେ ଏବେ ଆମେରିକା ଚୀନ୍କୁ ଟପିଯାଇଛି। ପରିସ୍ଥିତି ଗମ୍ଭୀର ରୂପ ନେଉଥିବାରୁ ଆମେରିକାର ସବୁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଯୁଦ୍ଧସ୍ତରରେ ପ୍ରୟାସ ଜାରି ରଖିଛି। କରୋନା ମୃତ୍ୟୁସଂଖ୍ୟା ଏବେ ବିଶ୍ବରେ ୨୬,୦୦୦ ଅତିକ୍ରମ କରିଯାଇଛି। ଆମେରିକାରେ ୧୩ ଶହରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଇଟାଲିରେ ୮,୩୦୦, ସ୍ପେନ୍ରେ ୪୩୬୫ , ଜର୍ମାନୀରେ ୨୮୧, ଇରାନ୍ରେ ୨୨୩୪ , ଫ୍ରାନ୍ସରେ ୧୬୯୬ ଏବଂ ବ୍ରିଟେନ୍ରେ ୫୮୦ ଲୋକଙ୍କ ମୃତ୍ୟୁ ଘଟିଛି। ଚୀନ୍ରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୩୪୦ ରହିଥିବା ବେଳେ ଆମେରିକା ୮୬,୦୦୦ ଅତିକ୍ରମ କରିବା ଘଟଣା ଉଦ୍ବେଗର କାରଣ ହୋଇଛି। ଏହି ମହାସଙ୍କଟକୁ ଟାଳିବାପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଆମେରିକା ଏହି ମହାସଙ୍କଟରୁ ବର୍ତ୍ତିବାପାଇଁ ଚୀନ୍ ସହ ମଧ୍ୟ ଆଲୋଚନା ଆରମ୍ଭ କରିଛି। ଇଟାଲିରେ ୨୪ ଘଣ୍ଟା ମଧ୍ୟରେ ପୁଣି ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଯୋଗୁଁ ଅଣାୟତ୍ତ ସ୍ଥିତି ଲାଗି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୭୦ଟି ରାଷ୍ଟ୍ରରେ କରୋନା ମୁକାବିଲା ସଂକ୍ରାନ୍ତ ରିପୋର୍ଟ ସଂଗ୍ରହ କରିଛନ୍ତି। ଅନଗ୍ରସର ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କ ଉପରେ ସତର୍କ ନଜର ରଖାଯାଇଛି। ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଲକ୍ଡାଉନ୍ ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ସ୍ପେନ୍ କରୋନା ମହାମାରୀର ମୁକାବିଲା ପାଇଁ 'କର ବା ମର' ସ୍ଥିତିରେ କାମ କରୁଛି।
ଚୀନ୍କୁ ଟପିଲା ଆମେରିକା: ୮୬,୦୦୦ ଆକ୍ରାନ୍ତ, ବିଶ୍ବବ୍ୟାପୀ ୨୬ ହଜାର ମୃତ
ଇଟାଲି, ସ୍ପେନ୍ରେ ସ୍ଥିତି ସୁଧୁରୁନି
/sambad/media/post_attachments/wp-content/uploads/2020/03/gtjh7dtg98jh7dgt98j7dg98jdgjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)