ପାକିସ୍ତାନରେ ଆମେରିକାର ଡ୍ରୋନ୍‌ ଆକ୍ରମଣ, ୧୩ ବର୍ଷରେ ୨୭୧୪ ମୃତ୍ୟୁ

ଇସ୍‌ଲାମାବାଦ: ଆମେରିକା ପାକିସ୍ତାନରେ କାୟା ବିସ୍ତାର କରିଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ୨୦୦୪ରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଟାର୍ଗେଟ୍‌ କରି ଆସିଛି। ଜାନୁଆରୀ ୨୦୦୪ରୁ ଆଜି ପର୍ଯ୍ୟନ୍ତ ଆମେରିକା ୪୦୯ ଥର ଡ୍ରୋନ୍‌ ଆକ୍ରମଣ କରିଥିବା ବେଳେ ଏଥିରେ ୨୭୧୪ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୭୨୮ ଜଣ ଆହତ ହୋଇଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଦ୍ବାରା ପରିଚାଳିତ ହେଉଥିବା ଏହି ଡ୍ରୋନ୍‌ ଆକ୍ରମଣରେ ଶତାଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଛତ୍ରଛାୟାରେ ରହିଥିବା ଅନେକ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କୁ ନିପାତ କରିବାରେ ଆମେରିକା ସମର୍ଥ ହୋଇନାହିଁ। ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର ଚଳାଇଥିବା ହାଫିଜ୍‌ ସୟିଦକୁ ପାକ୍‌ ସେନା ସବୁ ସମର୍ଥନ ଯୋଗାଇ ଦେଉଛି। ଲସ୍କର ଏବଂ ଜୈଶ ଆତଙ୍କବାଦୀ ସଂଗଠନର ପ୍ରାୟ ୭ ଶହ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ପାକ୍‌ ଅଧିକୃତ କଶ୍ମୀରରେ ଡେରା ପକାଇ ରହିଛନ୍ତି। ସେମାନଙ୍କୁ ପାକ୍‌ ସେନା ସହାୟତାରେ ତାଲିମ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର