ନୂଆଦିଲ୍ଲୀ: ଆମେରିକା ଡ୍ରୋନ୍ ଆକ୍ରମଣରେ ଆଜି ପାକିସ୍ତାନରେ ଜଣେ ହକାନି ଶୀର୍ଷ କମାଣ୍ଡର ସହ ତା’ର ଦୁଇ ସହଯୋଗୀ ନିହତ ହୋଇଛନ୍ତି। ପାକିସ୍ତାନର ଉତ୍ତର ଓ୍ଵଜିରିସ୍ତାନର ସ୍ପିନ୍ ଥାଲ୍ ଅଞ୍ଚଳରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ହକାନି ନେଟଓ୍ଵର୍କର ଶୀର୍ଷ କମାଣ୍ଡର ଏହସାନ ଓରଫ ଖାଓ୍ଵାରି ଏବଂ ତା’ର ଦୁଇ ସହଯୋଗୀଙ୍କ ମୃତ୍ୟୁ ଘଟିଥିବା ଆମେରିକା ସ୍ପଷ୍ଟ କରିଛି। ଏହି ଡ୍ରୋନ୍ ଆକ୍ରମଣରେ ଆତଙ୍କବାଦୀଙ୍କ ଏକ କମାଣ୍ଡ୍ ସେଣ୍ଟରକୁ ଟାର୍ଗେଟ୍ କରାଯାଇଥିବା ଏକ ରିପୋର୍ଟରୁ ଜଣାଯାଇଛି। ଏହାପୁର୍ବରୁ ଗତ ଜାନୁଆରି ୧୭ ତାରିଖରେ ଚଳିତବର୍ଷର ପ୍ରଥମ ଡ୍ରୋନ୍ ଆକ୍ରମଣ ହୋଇଥିଲା, କିନ୍ତୁ ଏହା ବିଶେଷ ଫଳପ୍ରଦ ହୋଇନଥିଲା।
ଆମେରିକା ଡ୍ରୋନ୍ ଆକ୍ରମଣରେ ହକାନି କମାଣ୍ଡର ସମେତ ୩ ନିହତ
/sambad/media/post_attachments/wp-content/uploads/2018/01/NW1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)