ଆମେରିକା: ବ୍ଲାଷ୍ଟନରେ ଗ୍ୟାସ ପାଇପ୍‌ ଲାଇନ୍‌ ବିସ୍ଫୋରଣ ଘଟି ଅନେକ କ୍ଷୟକ୍ଷତି ସହ ଜଣେ ମୃତ, ୧୨ ଆହତ

ଆମେରିକା: ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଲୋକେ ଆହତ ହୋଇଛନ୍ତି । ଯେଉଁଠାରେ ଏହି ବିସ୍ଫୋରଣ ହୋଇଛି ସେଠାର ରହିଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ନିଆଯାଉଛି । ତେବେ ବିସ୍ଫୋରଣ ହୋଇଥିବା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଏହି ବିସ୍ଫୋରଣ ପରେ ସାରା ଅଞ୍ଚଳରେ ବିସ୍ପୋରଣର ଧୂଆଁ ଖେଳିଯାଇଥିଲା । ବ୍ଲାଷ୍ଟନ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତ ହୋଇଥିବା ଲୋକଙ୍କୁ ଲାରେଂସ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ହେତୁ ସେହି ସ୍ଥାନର ୭୦ଟି ଜାଗାରେ ନିଆଁ ଲାଗିଛି। ଗ୍ୟାସ ପାଇପ୍‌ ଲାଇନ୍‌ ନିଆଁ ଲାଗିଥିବାରୁ ଏହା ଚାରିଆଡ଼କୁ ଖେଳିଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସମ୍ବନ୍ଧିତ ଖବର