ନୂଆଦିଲ୍ଲୀ: ଉଗ୍ର ହେଉଛି ଆମେରିକା-ଚୀନ ଟାରିଫ ୱାର । ସୀମା ଡେଇଁଲା ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧ । ଯେସା କୁ ତେସା ନୀତି ଆପଣାଉଥିବା ଚୀନ ଏବଂ ଆମେରିକା କେହି କାହାକୁ ନଛୋଡବନ୍ଧା । ଜଣେ ଟାରିଫ ବଢାଇ ଦେଲେ ଆଉ ଜଣେ ଡବଲ ଟାରିଫ ବଢାଇ ଦେଉଥିବା ଦେଖିବାକୁ ମିଳୁଛି ।
ତେବେ ଚୀନ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ ଘୋଷଣା ପରେ ରାଗିଗଲେ ଟ୍ରମ୍ପ ଆଉ ପାଲଟା ଭାବେ ଏକାଥରେ ୧୨୫ ପ୍ରତିଶତ ଟାରିଫ କଷିଛନ୍ତି । ପୂର୍ବରୁ ୧୦୪ ପ୍ରତିଶତ ଚୀନ ଉପରେ ଶୁଳ୍କ ଲଗାଇଥିବା ବେଳେ ବେଜିଂ ଉପରେ ନିଜ ରାଗ ଶୁଝାଇବାକୁ ଯାଇ ୧୨୫ ପ୍ରତିଶତ ଲଗାଇଛନ୍ତି । ଅନ୍ୟପଟେ ଭାରତ ସମେତ ୭୫ ଦେଶକୁ ମିଳିଛି ଆଶ୍ବସ୍ତି । ଏସବୁ ଦେଶକୁ ୯୦ ଦିନିଆ ରିହାତି ମିଳିଥିବା ବେଳେ ୩ ମାସ ଯାଏଁ ଏସବୁ ଦେଶ କେବଳ ୧୦ ପ୍ରତିଶତ ଶୁଳ୍କ ଦେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/10/i3LLean3IkrojmCAvvND.jpg)