ନୂଆଦିଲ୍ଳୀ: ମହାଶକ୍ତି ତାଲିକାରେ ୪ନମ୍ବରରେ ଥିବା ଭାରତ ଲଗାତାର ତାର ପ୍ରତିରକ୍ଷା କ୍ଷମତାକୁ ବଢାଇବାରେ ଲାଗିଛି । ଭାରତ ତାର ଡିଫେନ୍ସ ସିଷ୍ଟମକୁ ମଜବୁତ କରୁଛି । ଏଥିପାଇଁ ସେନାରେ ଅତ୍ୟାଧୁନୀକ ଅସ୍ତ୍ରଶସ୍ତ୍ର ସାମିଲ କରୁଛି । ସବୁଠୁ ବଡକଥା ହେଉଛି ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଆଉ ଅନ୍ୟ ଉପରେ ନିର୍ଭର ହୋଇ ରହୁନାହିଁ । ସ୍ବଦେଶୀ ଅସ୍ତ୍ରଶସ୍ତ୍ରକୁ ପ୍ରାଧାନ୍ୟ ଦେଉଛି ଭାରତ । ଏହି କ୍ରମରେ ଭାରତ ଏପରି ଏକ ଫାଇଟର୍ ଜେଟ୍ ତିଆରି କରିଛି, ଯହାକୁ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍ ଭୟଭୀତ ହୋଇଉଠିଛନ୍ତି । ଭାରତକୁ ନେଇ ଚୀନ୍ ପାକିସ୍ତାନ ତ ସବୁବେଳେ ଭୟରେ ରହିଆସିଛନ୍ତି କିନ୍ତୁ ଏବେ ଆମେରିକାରବି ଟେନସନ ବଢିଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆମେରିକାକୁ ପଛରେ ପକାଇନଦେଉ, ସେଥିପାଇଁ ବିଶ୍ୱର ସୁପର ପାୱାର ଆମେରିକା ଟେନସନରେ ଅଛି ।
ତେଜସ୍ ଏମ.କେ ୱାନ୍-ଏ ଫାଇଟର ଜେଟ୍ ପାଇଁ ଆମେରିକାରୁ ଆସିଥାନ୍ତା ଏଫ୍.୪୦୪ ଇଞ୍ଜିନ୍ । ଏଥିପାଇଁ ଆମେରାକ ସହ ଭାରତର ଡିଲ୍ ହୋଇଥିଲା । ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୬ଟି ଇଞ୍ଜିନର ଡେଲିବରୀ ହେବାର ଥିଲା । କିନ୍ତୁ ଆମେରାକୀୟ ଫର୍ମ ଜି.ଇ ଏରୋସ୍ପେସ୍ ଏବେ ସୁଦ୍ଧା ଗୋଟିଏ ବି ଇଞ୍ଜିନ୍ ଡେଲିବରୀ କରିପାରିନି । ତାରିଖ ଉପରେ ତାରିଖ ଘୁଞ୍ଚାଇ ଚାଲିଛି ଆମେରିକା । ୨୦୨୪ ମାର୍ଚ୍ଚ ମାସରେ ଆସିବାକୁ ଥିବା ଇଞ୍ଜିନ୍ ଚିଳିତ ବର୍ଷ ମାର୍ଚ୍ଚ ମାସରେ ଭାରତକୁ ପ୍ରଦାନ କରାଯିବ ବୋଲି ଆମେରିକା ତାରିକ ଧାର୍ଯ୍ୟ କରିଛି । କିନ୍ତୁ ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ୍ (ହାଲ୍) ତେଜସ୍ ଏମ.କେ-ୱାନ୍-ଏକୁ ସ୍ୱଦେଶୀ ଇଞ୍ଜିନ୍ ସହ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଆମେରିକା ଉପରେ ନିର୍ଭର କରି ରହିବାକୁ ଚାହୁଁନି ଭାରତ ।