ଇସଲାମାବାଦ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆମେରିକା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଖ୍ବାଜା ଆସିଫ ସାରା ବିଶ୍ୱରେ ଘଟୁଥିବା ହିଂସା ଏବଂ ଯୁଦ୍ଧ ସମ୍ପର୍କରେ ଆମେରିକା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଆମେରିକା ଗତ ୧୦୦ ବର୍ଷ ଧରି ଦେଶଗୁଡ଼ିକୁ ଯୁଦ୍ଧ କରାଉଛି। ସେ ସାରା ବିଶ୍ୱରେ ଘଟୁଥିବା ଯୁଦ୍ଧଗୁଡ଼ିକୁ ଆମେରିକାର ଆୟର ଏକ ଉତ୍ସ ଭାବରେ ବର୍ଣ୍ଣନା କରିଛନ୍ତି।
ଖ୍ୱାଜା ଆସିଫଙ୍କ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖ୍ବାଜା ଆସିଫ ତାଙ୍କ ବିବୃତିରେ କହିଛନ୍ତି, ଆମେରିକୀୟମାନେ ବିଶ୍ୱର ସବୁଠି ଯୁଦ୍ଧ କରୁଛନ୍ତି, ହୁଏତ ଗତ ୧୦୦ ବର୍ଷ ଧରି। ସେମାନେ ୨୬୦ ଯୁଦ୍ଧ ଲଢ଼ିଛନ୍ତି, ଚୀନ୍ ୩ ଯୁଦ୍ଧ କରିଛି। ଆମେରିକା ଏବେ ବି ଟଙ୍କା ରୋଜଗାର କରୁଛି।
ସାମରିକ ଶିଳ୍ପ ସେମାନଙ୍କର ଜିଡିପିର ଏକ ବଡ଼ ଅଂଶ। ତେଣୁ ଆମେରିକାକୁ ଯୁଦ୍ଧରେ ସାମିଲ ହେବାକୁ ପଡ଼େ। ଆମେରିକା ରୋଜଗାର କରିବା ପାଇଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ କରାଇଥାଏ। କେତେବେଳେ ଏଠାରେ ତ, ଅନ୍ୟ କେତେବେଳେ ସେଠାରେ। ଯେତେବେଳେ ଦେଶଗୁଡ଼ିକ ଲଢ଼ନ୍ତି ଆମେରିକାର ରୋଜଗାର ହୋଇଥାଏ।
ख्वाजा आसिफ ने कहा कि अमेरिका हथियार बेचने और पैसा कमाने के लिए दो देशों के बीच युद्ध को बढ़ावा देता है।
— Ocean Jain (@ocjain4) May 24, 2025
पाकिस्तानी अब ट्रंप की बेज़्जती कर रहे है!!! pic.twitter.com/dnjaSOhCvD
ଖ୍ବାଜା ଆସିଫ ତାଙ୍କ ବକ୍ତବ୍ୟକୁ ପ୍ରମାଣିତ କରିବା ପାଇଁ କେତେକ ଦେଶର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକା ପାଲେଷ୍ଟାଇନ, ସିରିଆ, ମିଶର ଏବଂ ଲିବିଆରେ ଏହା କରିଛି। ସେମାନେ ଧନୀ ଦେଶ ଥିଲେ, ଯୁଦ୍ଧ ଯୋଗୁ ଏବେ ଦେବାଳିଆ ହୋଇଗଲେଣି ଏବଂ ଆମେରିକା ଟଙ୍କା ରୋଜଗାର କରିଛି।
ତାଙ୍କର ଏହି ମନ୍ତବ୍ୟ ପରେ, ସାରା ବିଶ୍ୱରେ ପୁଣି ଥରେ ଆମେରିକାର ଭୂମିକା ଉପରେ ବିତର୍କ ଆରମ୍ଭ ହୋଇଛି। ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ-ପାକିସ୍ତାନ ବିବାଦରେ ଅସ୍ତ୍ରବିରତିର ଶ୍ରେୟ ବାରମ୍ବାର ନେଉଛନ୍ତି। ଏପରିସ୍ଥଳେ ଖ୍ବାଜା ମୁହଁ ଖୋଲିଛନ୍ତି।
ଅଧିକ ପଢ଼ନ୍ତୁ: ଯୌନଶିକ୍ଷା ଉପରେ କେନ୍ଦ୍ର ନୀତି ପ୍ରସ୍ତୁତ କରିବା ଉଚିତ୍, ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି, ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ ପରାମର୍ଶ
ଡୋନାଲ୍ଡ ଟ୍ରମ୍ପ୍ ସନ୍ଧ୍ୟା ୫:୩୭ ସମୟରେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ଘୋଷଣା କରିଥିଲେ। ସେବେଠାରୁ ସେ ତାଙ୍କର ସମସ୍ତ ଗସ୍ତ ଏବଂ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହା ଉଲ୍ଲେଖ କରିଆସୁଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ, ସେ ବାଣିଜ୍ୟ ଧମକ ଦେଇ ଯୁଦ୍ଧବିରତି ଆଣିଛନ୍ତି, ଯେତେବେଳେ କି ଭାରତ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ସାରିଛି।
ଅଧିକ ପଢ଼ନ୍ତୁ: ଆରଡ଼ି ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ିଗଲେ ଯୁବକ
pakistan | america | khawaja-asif