ଲୋକଙ୍କ ସମର୍ଥନ ପାଇଁ ତାଲିବାନ କ୍ଷମତାକୁ ଆସିଛି: ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କୁରେସି

କାବୁଲ: ଆଫଗାନିସ୍ତାନକୁ ତାଲିବାନ୍ କବଜାକୁ ନେଇ ଶାସନ ଗାଦିରେ ବସିବା ପରେ ମୁହଁ ଖୋଲିଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କୁରେସି । କହିବାକୁ ଗଲେ ତାଲିବାନକୁ ପରୋକ୍ଷ ସମର୍ଥନ କରିଛନ୍ତି କୁରେସି । ତାଲିବାନର ସାମ୍ନା କରିବାକୁ ଆଫଗାନ ସରକାର ସମ୍ପୂର୍ଣ୍ଣ ଅସମର୍ଥ । ତେଣୁ ତାଲିବାନ କ୍ଷମତାକୁ ଆସିଛି । ଏହାସହ ତାଲିବାନ ପାଇଁ ଲୋକଙ୍କ ପୂର୍ଣ୍ଣ ସମର୍ଥନ ରହିଛି ବୋଲି କୁରେସି କହିଛନ୍ତି ।

ସୂଚନା ମୁତାବକ, ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆମେରିକା ଉପରେ ବର୍ଷିଛନ୍ତି କୁରେସି । ଆଫଗାନିସ୍ତାନରେ ସେନା ମୁତୟନ କରିବା ପୂର୍ବରୁ ଆମେରିକା ପାକ୍ ସରକାରଙ୍କ ସହ କୌଣସି ଆଲୋଚନା କରିବାକୁ ଉଚିତ ମନେ କରିନଥିଲା । ଫଳରେ ନିଜ ନାଗରିକ ଓ ନିଜ ସୀମାର ସୁରକ୍ଷା ପାଇଁ ଆମେରିକା ଆଗରେ ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ପଡିଥିଲା । ୯/୧୧ ଆକ୍ରମଣରେ ପାକସ୍ତାନର କୌଣସି ସମ୍ପୃକ୍ତି ନଥାଇ ବି ଦେଶର ୮୦ ହଜାର ଲୋକଙ୍କ ଜୀବନ ଗଲା । ୧୮୦ ଅରବ ଡଲାର କ୍ଷତି ହୋଇଥିଲା,୨୦ ଲକ୍ଷରୁ ଅଧିକ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା । ଏବେବି ପାକିସ୍ତାନ ପାଖାପାଖି ୩୦ ଲକ୍ଷ ଆଫଗାନିସ୍ତାନ ଲୋକଙ୍କୁ ଶରଣ ଦେଇଛି । କିନ୍ତୁ ଏହା ସହି ନପାରି ଆମେରିକା ସବୁବେଳେ ପାକିସ୍ତାନକୁ ‘ଡୁ ମୋର’ କହି ଆସୁଛି ବୋଲି କହି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି କୁରେସି ।

shah-mohammad-Qureshi | Sanmarg
Sanmarg

ଏହାସହ ଆଫଗାନିସ୍ତାନରେ ଏହା ପୂର୍ବରୁ ଥିବା ସରକାରଙ୍କ ପ୍ରତି କୌଣସି ରାଜନୈତିକ ସମର୍ଥନ ନଥିଲା । ତେଣୁ ଆଜି ଆଫଗାନିସ୍ତାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଯଥାର୍ଥ । ଲୋକଙ୍କ ସମର୍ଥନ ମିଳିଥିବାରୁ ତାଲିବାନ ଶାସନକୁ ଆସିପାରିଛି ବୋଲି କୁରେସି କହିଛନ୍ତି ।

ସମ୍ବନ୍ଧିତ ଖବର