ଜାତୀୟ ରାଜପଥରେ ଚଳନ୍ତା କାର ମଝିରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିମାନର ଜରୁରୀ ଅବତରଣର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ପ୍ରକାଶିତ ଖବର ମୁ୍ତାବକ, ବୁଧବାର ରାତି ୯.୩୦ ସମୟରେ ଆମେରିକାର ମିନେସୋଟା ରାଜ୍ୟରେ ଏକ ସିଙ୍ଗଲ ଇଞ୍ଜିନ ପ୍ଲେନ ଜାତୀୟରାଜପଥରେ ଚଳନ୍ତା କାର ମଝିରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ସମୟରେ ବିମାନଟି ଏକ କାର ସହିତ ଧକ୍କା ବି ହୋଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି।

 

ମିନେସୋଟା ଡିପୋର୍ଟମେଣ୍ଟ ଟୁଇଟରରେ ଏହି ଘଟଣାର ଏକ ଭିଡିଓ ସେୟାର କରିଛି। ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାହୋଇଛି, ‘ଗତକାଲି ରାତିରେ ଏକ ବିମାନ ୩୫ ଡବ୍ଲୁ ହାଇୱେରେ ଅବତରଣ କରିଥିଲା। ଆମେ ଖୁସି କି ଏଭଳି ପରିସ୍ଥିତିରେ କେହି ଆହତ ହୋଇନାହାଁନ୍ତି। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ଼ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି।

ଏହି ଭିଡିଓ ଡିସେମ୍ବର ୪ ରେ ସେୟାର କରାଯାଇଥିଲା, ଯାହାକୁ ଏପର୍ଯ୍ୟନ୍ତ ୧,୧ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଭିଡିଓକୁ ୨ହଜାରରୁ ଅଧିକ ଲାଇକ୍ ଏବଂ ହଜାରରୁ ଅଧିକ ରି-ଟ୍ୱିଟ୍ କରାଯାଇଛି |

ସମ୍ବନ୍ଧିତ ଖବର